ଭାରତରେ କରୋନା: ଆକ୍ରାନ୍ତ ସଂଖ୍ୟା ୩୧କୁ ବୃଦ୍ଧି

ନୂଆଦିଲ୍ଲୀ: ଚାଇନା ପରେ ଏବେ ଭାରତରେ କରୋନା ଭାଇରସ୍ ଏହାର କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ସୁଦ୍ଧା ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୩୦ ଥିବା ବେଳେ ଆଜି ଏହା ୩୧କୁ ବୃଦ୍ଧି ପାଇଛି। ଆଜି ଭାରତରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ସ୍ପଷ୍ଟ କରିଛନ୍ତି। କରୋନ ପଜିଟିଭ୍ ଥିବା ବ୍ୟକ୍ତି ଜଣକ ଦିଲ୍ଲୀ ଉତ୍ତମ ନଗରର ବୋଲି ଜଣା ପଡିଛି। ନିକଟରେ ବ୍ୟକ୍ତି ଜଣକ ଥାଇଲ୍ୟାଣ୍ଡ ଓ ମାଲେସିଆ ଗସ୍ତରୁ ଫେରିଥିବା ନେଇ ସୂଚନା ମିଳିଛି।