Odisha Link
Bridging the Missing Links in Odisha

ସରକାରଙ୍କ ଜାଣତରେ ସବୁ କିଛି ହୋଇଛି: ବିଜୟ ମହାପାତ୍ର

ଭୁବନେଶ୍ବର: ୟେସ୍ ବ୍ୟାଙ୍କରେ ପ୍ରଭୁ ଜଗନ୍ନାଥଙ୍କ ଟଙ୍କା ଜମା ରହିବା ପ୍ରସଙ୍ଗରେ ପୁଣି ତଥ୍ୟ ରଖି ବର୍ଷିଛନ୍ତି ବିଜୟ ମହାପାତ୍ର। ଶ୍ରୀ ମହାପାତ୍ର କହିଛନ୍ତି ଯେ, ସରକାର ସ୍ପଷ୍ଟିକରଣ ଦେଉନାହାନ୍ତି କାହିଁକିନା, ସବୁ ସରକାରଙ୍କ ଜାଣତରେ ହୋଇଛି। ୨୦୧୫ରେ ଏଜି ଜଣାଇ ଥିଲେ ଜଗନ୍ନାଥଙ୍କ ପାଣ୍ଠିରେ ଅନେକ ଅନିୟମିତତା ହୋଇଛି। ସରକାର କାହିଁକି୫ବର୍ଷ ଧରି ଚୁପ ବସିଲେ? ଗଜପତି ମହାରାଜା ଓ ପରିଚାଳନା କମିଟି ମଧ୍ୟ ଜାଣିନାହାନ୍ତି। ପରିଚାଳନା କମିଟି ର ଜଣେ ସଦସ୍ୟ ଓ ଦୁଇ ଜଣ ସରକାରୀ କର୍ମଚାରୀ ଏ କାମ କରିଛନ୍ତି। ଯଦି ସମାନ ଅଭିଯୋଗରେ ଉଦ୍ୟାନ କୃଷି ନିର୍ଦେଶକ ଗିରଫ ହେବେ ତେବେ ଏମାନେ କାହିଁକି ହେବେନି। ସମସ୍ତେ ବିରୋଧ କରିବା ସତ୍ତ୍ୱେ ଜଣେ ସିଏ ,ୟେସ୍ ବ୍ୟାଙ୍କ ସପକ୍ଷରେ ଯୁକ୍ତି କରୁଥିଲେ। ସେ ବର୍ତ୍ତମାନ ସରକାରଙ୍କ ଗେହ୍ଲା ପୁଅ।

ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଧେଶ ସତ୍ତ୍ୱେ ସ୍ଥାୟୀ ପ୍ରଶାସକ ନିଯୁକ୍ତି ଦିଆଗଲାନି।ନିଜ ସ୍ବାର୍ଥ ପାଇଁ ସମସ୍ତ କାମ ବେଆଇନ ଭାବେ କରିଛନ୍ତି। ଗୋଟେ କୋଠରୀ ଓ ଗ୍ୟାଙ୍ଗ ତିଆରି ହୋଇଛି। ସେମାନେ ଜଗନ୍ନାଥ ପାଣ୍ଠିର ଅନିୟମିତତା କରିଛନ୍ତି।ସେମାନଙ୍କ ପରି ଅପରାଧୀ ଆଉ କେହି ନାହାନ୍ତି। ସରକାର ମୁଁହ ଖୋଲିବା ଦରକାର। ଇଡ଼ି ସିଜ଼ କଲେ ବହୁ ବିସ୍ପୋରକ ତଥ୍ୟ ଆସିବ। ଅର୍ଥ ମନ୍ତ୍ରୀ ଙ୍କୁ ଚିଠି ନ ଲେଖି ଇଡ଼ି ଙ୍କୁ ଚିଠି ଲେଖନ୍ତୁ।

Comments are closed.