Odisha Link
Bridging the Missing Links in Odisha

ୟେସ୍‌ ବ୍ୟାଙ୍କ-ଶ୍ରୀମନ୍ଦିର ଟଙ୍କା ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ନରସିଂହ, କହିଲେ …

ଭୁବନେଶ୍ବର: ୟେସ୍‌ ବ୍ୟାଙ୍କରେ ଜଗନ୍ନାଥ ମହାପ୍ରଭୁଙ୍କ ୫୪୫ କୋଟି ରଖାଯିବ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଜଗନ୍ନାଥଙ୍କ ଟଙ୍କା ସୁରକ୍ଷିତ ଅଛି କି ନାହିଁ ସେ ନେଇ ମୁହଁ ଖୋଲନ୍ତୁ। ଖାଲି ଚିଠି ଲେଖିଦେଲେ ଟଙ୍କା ଫେରି ଆସିବନି ତାହା ପାଇଁ ଖୋଳତାଡ଼ କରାଯାଉ ବୋଲି କହିଛନ୍ତି ନରସିଂହ ମିଶ୍ର।

ଆହୁରି କହିଛନ୍ତି ଯେ, କାହା ନିର୍ଦ୍ଦେଶରେ ଘରୋଇ ବ୍ୟାଙ୍କରେ ଶ୍ରୀମନ୍ଦିରର ଟଙ୍କା ରହିଲା ତାହାର ତଦନ୍ତ କରାଯାଉ। ଏସବୁ ପାଇଁ ଓଡ଼ିଶାବାସୀଙ୍କ ମନରେ ସନ୍ଦେହ ହେଉଛି ଯେ, ଜଗନ୍ନାଥଙ୍କ ଟଙ୍କା ସୁରକ୍ଷିତ ନାହିଁ ବୋଲି କହିଛନ୍ତି ଶ୍ରୀ ମିଶ୍ର। ବିଧାନସଭାରେ ଏହି ପ୍ରସଙ୍ଗରେ ଜୋରଦାର ଢଙ୍ଗରେ ଉଠାଇବୁ ବୋଲି କହିଛନ୍ତି ନରସିଂହ ମିଶ୍ର।

Comments are closed.