Odisha Link
Bridging the Missing Links in Odisha

ଜେଲରେ କଏଦୀଙ୍କୁ ଜେଲର୍ ମାଡ଼ ମାରିବା ଅଭିଯୋଗ

ସମ୍ବଲପୁର: ସମ୍ବଲପୁର ମଣ୍ଡଳ ଜେଲରେ କଏଦୀଙ୍କୁ ଜେଲ ଓ୍ବାର୍ଡରଙ୍କ ମାଡ ଯୋଗୁଁ ହାତ ଭାଙ୍ଗିଥିବା ଅଭିଯୋଗ ହୋଇଛି। ଦୁଇଜଣ କଏଦୀଙ୍କ ଗଣ୍ଡଗୋଳର ସମାଧାନ କରିବାକୁ ଯାଇ ଜେଲ ଓ୍ବାର୍ଡର ଜଣକ ଆଜୀବନ ସଜା କାଟୁଥିବା କଏଦୀ ଅବିନାଶ ବେହେରାକୁ ମାଡ ମାରିଥିଲେ। ଫଳରେ ତାଙ୍କର ହାତ ଭାଙ୍ଗିବା ସହ ସେ ଗୁରୁତର ହୋଇ ବୁର୍ଲାରେ ଭର୍ତି ହୋଇଛନ୍ତି।
ଏହା ସହ ତାଙ୍କ ଦେହର ବିଭିନ୍ନ ସ୍ଥାନରେ ଚିହ୍ନ ରହିଛି। ସମ୍ବଲପୁରର ଅବିନାଶ ବେହେରା ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିଲେ। ମାଡ ଘଟଣାକୁ ସ୍ବୀକାର କରିଛନ୍ତି ଜେଲର। ହେଲେ କେବଳ ଆହତ ହୋଇଥିବା କହିଛନ୍ତି। ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା କହିଛନ୍ତି ।

Comments are closed.