Odisha Link
Bridging the Missing Links in Odisha

ଶେୟାର ବଜାରକୁ ପ୍ରଭାବିତ କରୁଛି ‘କରୋନା’ ଓ ‘ୟେସ୍‌ ବ୍ୟାଙ୍କ’

ମୁମ୍ବାଇ: ଭାରତୀୟ ଶେୟାର ବାଜରରେ ଦେଖାଯାଇଛି କରୋନା ଭୂତାଣୁ ଆତଙ୍କ ଏବଂ ‘ୟେସ୍ ବ୍ୟାଙ୍କ’ର ଆର୍ଥିକ ସଙ୍କଟାପନ୍ନ ସ୍ଥିତି। କରୋନା ଓ ୟେସ୍‌ ବ୍ୟାଙ୍କ ସ୍ଥିତି ଲଗାତର ଶେୟାର ବଜାରକୁ ପ୍ରଭାବିତ କରୁଛି। ସୋମବାର ୧,୬୦୦ରୁ ଅଧିକ ପଏଣ୍ଟ ହ୍ରାସରେ ଶେୟାର ବଜାର ଆରମ୍ଭ ହୋଇଥିଲା। ସେହିପରି ନିଫ୍ଟି ମଧ୍ୟ ୧୦,୬୦୦ ପଏଣ୍ଟ ହ୍ରାସ ପାଇଥିବା ସୂଚନା ମିଳିଛି।

ସୋମବାର ସକାଳ ୯ଟାରେ ସେନସେକ୍ସ ୧୧୬୯.୭୪ ପଏଣ୍ଟ ହ୍ରାସ ଘଟି ୩୬,୪୦୬,୮୮ ପଏଣ୍ଟରେ ବ୍ୟବସାୟ ଚାଲିଛି। ସେହିପରି ନିଫ୍ଟି ମଧ୍ୟ ୩୩୨,୪୦ ପଏଣ୍ଟ ହ୍ରାସ ପାଇ ୧୦,୬୫୭.୦୫ ପଏଣ୍ଟରେ ବ୍ୟବସାୟ ଚାଲିଛି। ସୂଚନା ଯେ, ମାରାତ୍ମକ କରୋନା ଭୂତାଣୁ କାୟା ବିସ୍ତାର କରୁଥିବାବେଳେ ସାରା ବିଶ୍ୱରେ ଅର୍ଥନୈତିକ ମାନ୍ଦାବସ୍ଥା ଭଳି ସ୍ଥିତି ଉତ୍ପନ୍ନ କରିଛି। ଏପଟେ ଘରୋଇ ବ୍ୟାଙ୍କ ‘ୟେସ୍ ବ୍ୟାଙ୍କ୍’ରେ ଚାଲିଥିବା ଆର୍ଥିକ ସଙ୍କଟ ଯୋଗୁ ମଧ୍ୟ ନିବେଶକଙ୍କ ମନୋଭାବ ଦୁର୍ବଳ ହେବାରେ ଲାଗିଛି।

କ୍ରମାଗତ ଶେୟାର ବଜାରରେ କ୍ଷତି ଯୋଗୁ ସୋମବାର ମଧ୍ୟ ନିବେଶକଙ୍କୁ ଭାରି କ୍ଷତି ସହିବାକୁ ପଡ଼ିଛି। ବ୍ୟବସାୟ ଆରମ୍ଭରୁ କୋଟି କୋଟି ଟଙ୍କା ବୁଢ଼ିଯାଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ଶୁକ୍ରବାର ମଧ୍ୟ ଶେୟାର ବଜାରରେ ବଡ଼ ଧରଣର କ୍ଷତି ହୋଇଥିଲା। ‘ୟେସ୍ ବ୍ୟାଙ୍କ୍’ର ଶେୟାର ହ୍ରାସ ପାଇ ପ୍ରାୟ ୬ ଟଙ୍କାରେ ପହଞ୍ଚିଥିଲା। ତେବେ ପରବର୍ତ୍ତୀ ସମୟରେ ଏହା ବୃଦ୍ଧି ପାଇ ୧୯ ପର‌୍ୟ୍ୟନ୍ତ ପହଞ୍ଚିଲା। ଶୁକ୍ରବାର ଶେୟାର ବଜାର ଶେଷରେ ୮୯୪ ପଏଣ୍ଟ ହ୍ରାସ ପାଇ ୩୭,୫୭୬ ପଏଣ୍ଟରେ ବନ୍ଦ ହୋଇଥିଲା। ସେହିପରି ନ୍ୟାଶନାଲ ଷ୍ଟକ୍ ଏକ୍ସେଞ୍ଜ ବା ଏନଏସଇର ନିଫ୍ଟି ମଧ୍ୟ ୩୨୭ ପଏଣ୍ଟ ହ୍ରାସ ପାଇ ୧୦, ୯୪୨,୬୫ରେ ଖାତା ଖୋଲିଲା ଏବଂ ଶେଷରେ ୨୮୯,୪୫ ପଏଣ୍ଟ ହ୍ରାସ ଘଟି ୧୦,୯୭୯,୫୫ ପଏଣ୍ଟରେ ସମାପ୍ତ ହେଲା। ଅନ୍ୟପଟେ ‘ୟେସ୍ ବ୍ୟାଙ୍କ୍’ ବ୍ୟବସାୟ ଶେଷରେ ୫୫ ପ୍ରତିଶତ ହ୍ରାସ ପାଇ ୧୬.୫୫ ରେ ଶେଷ ହୋଇଥିଲା।

Comments are closed.