Odisha Link
Bridging the Missing Links in Odisha

ରେଲୱେ ଷ୍ଟେସନ ନିକଟରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

କଟକ: କଟକ ମଙ୍ଗୁଳି ରେଲୱେ ଷ୍ଟେସନ ନିକଟରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ପଡିଥିବା ଦେଖିବାକୁ ମିଳିଛି। ମୃତ୍ୟର କାରଣ ଅସ୍ପଷ୍ଟ ରହିଛି। ଯୁବକଙ୍କ ପରିଚୟ ମିଳିନଥିବାବେଳେ ତାଙ୍କ ଘର ମାହାଙ୍ଗା ଥାନା ଅନ୍ତର୍ଗତ ଛତିଆ ଗ୍ରାମର ବୋଲି ଜଣାପଡିଛି ।

ସେ ଚୈାଦ୍ବାର ମୁଣ୍ଡମାଳ ସାହିରେ ରହୁଥିବାର ଜଣାପଡିଛି। ସେପଟେ ଯୁବକର ମୃତଦେହ ରେଲୱେ ଲାଇନରେ ପଡିଥିବା ବେଳେ ମୁଣ୍ଡଟି ଅପରପକ୍ଷର ୧୦୦ ମିଟର ଦୂର ଏକ ଗ୍ୟାରେଜ ପାଖରେ ପଡିଥିବାରୁ ଏହାକୁ ଏକ ହତ୍ୟାକାଣ୍ଡ ବୋଲି ସାଧାରଣରେ ସନ୍ଦେହ କରାଯାଉଛି। ଆଜି ସକାଳ ୬ଟା ସମୟରେ ଉକ୍ତ ଯୁବକ ଜଣଙ୍କ ପାଖାପାଖି ଅଞ୍ଚଳରେ ବୁଲିଥିବାର ଦେଖିଥିବା କହିଛନ୍ତି ସ୍ଥାନୀୟ ଲୋକ। ଘଟଣାଟି ଘଟିବାର ୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ଘଟଣାସ୍ଥଳରେ ଏପର୍ଯ୍ୟନ୍ତ ପୋଲିସ କିମ୍ବା ଜିଆରପି ପୋଲିସ ପହଞ୍ଚିନାହାନ୍ତି।

Comments are closed.