Odisha Link
Bridging the Missing Links in Odisha

ପରଲୋକରେ ବିଜୁ ବାବୁଙ୍କ ସାରଥି

ଫୁଲବାଣୀ: ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସାରଥି। ଫୁଲବାଣୀର ପୂର୍ବତନ ବିଧାୟକ ପ୍ରହଲାଦ ବେହେରାଙ୍କ ପରଲୋକ ଘଟିଛି। ମୃତ୍ୟ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୋମବାର ସକାଳେ ତାଙ୍କର ପରଲୋକ ଘଟିଛି। ସେ ୧୯୭୭ରୁ ୮୦ ପର୍ଯ୍ୟନ୍ତ ଫୁଲବାଣୀର ବିଧାୟକ ଭାବେ ରାଜ୍ୟ ବିଧାନସଭାକୁ ପ୍ରତିନିଧିତ୍ବ କରିଥିଲେ।

ଏକଦା ଡ୍ରାଇଭିଂ କରି ନିଜର ପେଟ ପୋଷୁଥିଲେ ପ୍ରହଲ୍ଲାଦ ବେହେରା। ତେବେ ଖବରକାଗଜ ପଢ଼ି ଦେଶବିଦେଶର ଖବର ଆହରଣ କରୁଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କୁ ଦିନେ ଆମ୍ବାସଡର କାର୍‌ରେ ବସାଇ ପୁରୀ ନେଇଥିଲେ। ଘଟଣାକ୍ରମରେ ଏହି ପ୍ରତିଭାଧାରୀ ପ୍ରହଲ୍ଲାଦଙ୍କ ଉପରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ନଜର ପଡିଥିଲା। ତା’ପରେ ବିଜୁ ବାବୁ ତାଙ୍କୁ ପ୍ରଥମେ ନିଜର ଡ୍ରାଇଭର ଭାବେ ନିଯୁକ୍ତ କରିଥିଲେ। ତାହାରି ଭିତରେ ସେ ବିଜୁ ବାବୁଙ୍କର ଅତି ଘନିଷ୍ଠ ହୋଇଯାଇଥିଲେ।

Comments are closed.