Odisha Link
Bridging the Missing Links in Odisha

କରୋନା ଆତଙ୍କ: ଆକ୍ରାନ୍ତଙ୍କ ସଂଖ୍ୟା ୪୨, ବାଦ ପଡ଼ିନି ୩ ବର୍ଷର କୋମଳମତି ଶିଶୁ

କୋଚି: ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭାରତରେ ବୃଦ୍ଧି ପାଉଛି। ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ ଏବେ ସୁଦ୍ଧା ୪୨ ଜଣ କରୋନା ଭାଇରସରେ ଆକ୍ତାନ୍ତ ହୋଇଛନ୍ତି। ଆଉ ଏହି ଭାଇରସରୁ ବର୍ତ୍ତି ନାହାନ୍ତି କେରଳର ଏକ ୩ ବର୍ଷର ଶିଶୁ। ଏହି ଶିଶୁଙ୍କ ନକଟରେ କୋରୋନା ପଜେଟିଭ ମିଳିଛି। ମାର୍ଚ୍ଚ ୭ ତାରିଖ ଦିନ ଶିଶୁଟି ନିଜ ପରିବାର ସହ ଇଟାଲୀରୁ ଭାରତକୁ ଫେରିଥିବାବେଳେ, ସେଠାରୁ ସଂକ୍ରମିତ ହୋଇଥିବା ସୂଚନା ରହିଛି।

ଶିଶୁଟିକୁ କଲାମାସେରୀ ମେଡିକାଲରେ ଭର୍ତ୍ତି କରାଯିବା ସହ ଅଭିଭାବକଙ୍କୁ ଆଇସୋଲେସନରେ ୱାର୍ଡକୁ ପଠାଯାଇଛି। ସେମାନଙ୍କର ମଧ୍ୟ ପରୀକ୍ଷା କରାଯିବ। ବର୍ତ୍ତମାନ କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ହୋଇଥିବାବେଳେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୨ରେ ପହଞ୍ଚିଛି। ଦୁବାଇ-କୋଚି ଇକେ ୫୦୩ ବିମାନ ଯୋଗେ ଗତ ଶନିବାର ଭାରତରେ ପହଞ୍ଚି ପରେ ବିମାନ ବନ୍ଦରରେ ସ୍କ୍ରିନିଂ କରାଯାଇଥିଲା। ଏହି ସମୟରେ ଶିଶୁଟି ଦେହରେ ତାପମାତ୍ରା ଥିବା ଜଣାପଡିବା ପରେ ଶିଶୁଟିକୁ ତୁରନ୍ତ ଆଇସୋଲେସନ ୱାର୍ଡକୁ ପଠାଯାଇଛି।

କେରଳର ଗୋଟିଏ ପରିବାର ୫ ଜଣ ସଦସ୍ୟ ଆକ୍ରାନ୍ତ ହୋଇଥିବାବେଳେ ନିକଟରେ ଇଟାଲୀରୁ ଫେରିଥିବା ୩ ଜଣଙ୍କ ମଧ୍ୟ କୋରୋନା ଭାଇରସ ଦେଖାଦେଇଛି। ଯାହାକୁ ନେଇ ସାରା ରାଜ୍ୟରେ ହାଇଆଲର୍ଟ ଜାରି ହୋଇଛି ।

Comments are closed.