Odisha Link
Bridging the Missing Links in Odisha

ବିଧାନସଭାରେ ବାୟୋମେଟ୍ରିକ ମନା

ଭୁବନେଶ୍ବର: ସାର ବିଶ୍ବରେ କରୋନା କାୟା ମେଲାଉଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏପରିକି କରୋନାକୁ କିଭଳି ପ୍ରତିହତ କରିହେବ ସେଥିପାଇଁ ଆଡଭାଇଜରି ମଧ୍ୟ ଜାରି କରାଯାଉଛି। ଏଭଳି ସ୍ଥିତିରେ ବିଧାନସଭା ସଚିବାଳୟର ସମସ୍ତ କର୍ମଚାରୀ ଓ ଅଧିକାରୀ ମାନଙ୍କ ପାଇଁ ଆଡଭାଇଜରି ଜାରି କରାଯାଇଛି । ଆଡଭାଇଜ ସେଗୁଡ଼ିକ ହେଲା-
୧. କର୍ମଚାରୀ ମାନଙ୍କୁ ବାୟୋମେଟ୍ରିକ ଉପସ୍ଥାନ ମେସିନର ବ୍ୟବହାର ନକରି ଉପସ୍ଥାନ ରେଜିଷ୍ଟରରେ ତାଙ୍କର ଉପସ୍ଥାନ ଦେବାକୁ କୁହାଯାଇଛି । ୨. କାର୍ଯ୍ୟାଳୟକୁ ପରିଷ୍କାର ଓ ସ୍ୱଚ୍ଛ ପାଇଁ ଟେବୁଲ , କମ୍ପ୍ୟୁଟର, ଫୋନ ଓ ଅନ୍ୟ ବ୍ୟବହୃତ ଉପକରଣକୁ ସାନିଟାଇଜର ଦ୍ୱାରା ପୋଛାଯିବ। ୩. କର୍ମଚାରୀମାନେ ନିୟମିତ ହାତକୁ ହ୍ୟାଣ୍ଡୱାସ କିମ୍ବା ସାବୁନରେ ଭଲଭାବେ ସଫା କରିବେ। ୪. କାର୍ଯ୍ୟାଳୟସ୍ଥଳୀରେ କାଶ, ଛିଙ୍କ ଦ୍ୱାରା ହେଉଥିବା ସଂକ୍ରମଣ ପ୍ରତିରୋଧ କରିବାକୁ କର୍ମଚାରୀମାନେ ଟିସୁ ବ୍ୟବହାର କରିବେ। ୫. କାର୍ଯ୍ୟାଳୟସ୍ଥଳୀରେ କର୍ମଚାରୀମାନେ ଏକାଠି ହୋଇ ସଭା ସମିତି କରିବେ ନାହିଁ। ୬. ଜ୍ୱର, ଥଣ୍ଡା କିମ୍ବା କାଶ ହେଉଥିବା କର୍ମଚାରୀମାନେ ବିଧାନସଭା ଡିସପେନସରି ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଇବେ। ୭. କର୍ମଚାରୀମାନେ ଅବ୍ୟବହୃତ ଜିନିଷକୁ ଏଣେତେଣେ ନ ପକାଇ ଡଷ୍ଟବିନରେ ପକାଇବାକୁ କୁହାଯାଇଛି ।

Comments are closed.