Odisha Link
Bridging the Missing Links in Odisha

ମଝି ରାସ୍ତାରେ ମହିଳାଙ୍କୁ ବିଧା, ଗୋଇଠା

ଭୁବନେଶ୍ବର : ରାଜଧାନୀ ରାଜରାସ୍ତାରେ ମହିଳାଙ୍କୁ ଗୋଡ଼େଇ ଗୋଡ଼େଇ ମାଡ଼ ମରାଯାଉଥିବାର ଅଭିଯୋଗ ଆସିଛି।  ଜଣେ ମହିଳାଙ୍କୁ ଏକାସାଙ୍ଗରେ ଆକ୍ରମଣ କରୁଛନ୍ତି ୭ରୁ ୮ଜଣ ବ୍ୟକ୍ତି। ଜଣଙ୍କ ପରେ ଜଣେ ମହିଳାଙ୍କୁ ମାଡ ଧକ୍କା, ଚାପୁଡା ସହ ଗୋଇଠା ବି ମାରୁଛନ୍ତି। ଯାହାର ଭିଡିଓ ଏବେ ଭାଇରାଲ୍ ହୋଇଛି।
ଭିଡିଓରେ ଥିବା ଦୃଶ୍ୟଟି ପୁରୁଣା ଭୁବନେଶ୍ବର ଅଞ୍ଚଳର ବୋଲି ଜଣାପଡିଛି। ସର୍ବସାଧାରଣ ସ୍ଥାନରେ ମହିଳାଙ୍କୁ ପିଟୁଛନ୍ତି କିଛି ଲୋକେ। ଘଟଣାଟି ଗତ ସୋମବାର ଦିନ ଘଟିଥିବା ଜଣାପଡିଛି। ମହିଳାଙ୍କୁ ଗଡେଇତଡେଇ ମାଡ଼ ମାରୁଛନ୍ତି । ଧକ୍କା ମାରୁଛନ୍ତି । ଠେଲାପେଲା କରୁଛନ୍ତି। ବିଧା, ଚଟକଣା ସହ ଗୋଇଠା ବି ମାରୁଛନ୍ତି। ମହିଳା ଜଣଙ୍କ ତଳେ ପଡିଗଲା ପରେ ବି ତାଙ୍କୁ ଛାଡିନାହାନ୍ତି। କିନ୍ତୁ ଜଣେ ମହିଳାଙ୍କୁ କାହିଁକି ଏତେ ଲୋକ ଗୋଡାଇ ଗୋଡାଇ ମାରୁଛନ୍ତି ତାହାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ। କେହି ଏନ ନେଇ ଥାନାରେ ଅଭିଯୋଗ କରିନଥିବା ବେଳେ ସିସିଟିଭି ଫୁଟେଜ ଆଧାରରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Comments are closed.