Odisha Link
Bridging the Missing Links in Odisha

କରୋନାରେ ବ୍ରିଟେନ ସ୍ବାସ୍ଥ୍ୟମନ୍ତ୍ରୀ ନଦୀନ ଡାରିସ୍ ଆକ୍ରାନ୍ତ

ଲଣ୍ଡନ: ଚୀନର ପରେ ଏବେ ସାରା ବିଶ୍ୱରେ କରୋନା ଭାଇରସ୍‌ ଏହାର କାୟା ବିସ୍ତାର କରୁଛି। କରୋନା ପାଇଁ ଏବେ ସାରା ବିଶ୍ବ ଚିନ୍ତାରେ। ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ କରୋନା ଭାଇରସ୍‌ରେ ୪,୩୦୦ ଲୋକ ମୃତ୍ୟୁ ବରଣ କରିଥିବା ବେଳେ ୧୧୯,୨୪୫ ଲୋକ ଆକ୍ରାନ୍ତ ଅଛନ୍ତି। ଏବେ ବ୍ରିଟେନର ଶାସକ ଦଳ କନଜରଭେଟିବ ପାର୍ଟିର ସାଂସଦ ତଥା ସ୍ୱାସ୍ଥ୍ୟ ରାଜ୍ୟ ମନ୍ତ୍ରୀ ନଦୀନ ଡାରିସ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ଟେଷ୍ଟ ପରେ ତାଙ୍କ ଶରୀରରେ କରୋନା ଭାଇରସ ରହିଥିବା ନେଇ ସେ ସ୍ପଷ୍ଟ କରିଛନ୍ତି। ଏବେ ସେ ନିଜକୁ ପରିବାର ପାଖରୁ ଅଲଗା ରଖିଛନ୍ତି ବୋଲି କହିଛନ୍ତି। ତେବେ ନଦୀନ କେମିତି କରୋନାର ଆକ୍ରାନ୍ତ ହେଲେ ସେ ନେଇ ବ୍ରିଟେନ ସ୍ୱାସ୍ଥ୍ୟ ବିଭାଗ ସମୀକ୍ଷା କରୁଛି।

ଗତ ସପ୍ତାହରେ ଡୋରିସ ସଂସଦରେ ଶହ ଶହ ଲୋକଙ୍କୁ ଭେଟିଥିଲେ। ଏହା ସହ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ସହ ଏକ ପାର୍ଟିରେ ମଧ୍ୟ ଯୋଗ ଦେଇଥିଲେ। ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ ମ୍ୟାଟ ହାନକକ୍ ଟ୍ୱିଟ୍ କରି କହିଛନ୍ତି ଯେ, ‘ଡୋରିସଙ୍କ ବାବଦରେ ଏଭଳି ଖବର ଶୁଣି ମୁଁ ଦୁଃଖିତ। ସେ ଘରେ ନିଜକୁ ଅଲଗା କରି ସଠିକ୍ ନିଷ୍ପତ୍ତି ନେଇଛନ୍ତି।

Comments are closed.