Odisha Link
Bridging the Missing Links in Odisha

ବିଜେଡି ସହ ଡିଲ୍‌ କରିଛି ବିଜେପି : ତାରା

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ନଦେବା ପ୍ରସଙ୍ଗ ଜୋର ଧରିଛି। ଏନେଇ କଡ଼ା ପ୍ରତିକ୍ରିୟା ରଖିଲେ କଂଗ୍ରେସ ବିଧାୟକ ତାରପ୍ରସାଦ ବାହିନୀପତି। ଶ୍ରୀ ବାହିନୀପତି କହିଛନ୍ତି ଯେ, ବିଜେଡି ସହ ଡିଲ୍‌ କରି ପ୍ରାର୍ଥୀ ଦେଉନି ବିଜେପି। ଆମର ସଂଖ୍ୟା ନ ଥିଲା କି ଆମେ ନାମାଙ୍କନ ଭରିପାରି ନଥାନ୍ତୁ। ସେମାନଙ୍କର ସଂଖ୍ୟା ଥିଲା। ନାମାଙ୍କନ କରି ପରିଥାନ୍ତେ। ଦେଲେନି କାହିଁକି? ଯଦି ବିଜେପି ବେଶି ପାଟି କରିବ ତାହେଲେ ତାଙ୍କର ଗୋହି ଖୋଳିଦେବୁ।

ପ୍ରକାଶ ଯେ, ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଦେବା ନେଇ ଚର୍ଚ୍ଚା ଜୋର ଧରିଛି। ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ଶ୍ରୀ ନାୟକ କାହିଛନ୍ତି ଯେ, ଆମେ ରାଜ୍ୟସଭା ପାଇଁ ପ୍ରାର୍ଥୀ ଦେବୁନି। ଆମେ ଜିତିବାର ସମ୍ଭାବନା ନାହିଁ, କହିଁକି ପ୍ରାର୍ଥୀ ଦେବୁ। କୌଣସି ପରିସ୍ଥିତିରେ ବି କଂଗ୍ରେସ ସହ ଆମର ମିଶିବାର ନାହିଁ।
ସୂଚନାଯୋଗ୍ୟ ଯେ, ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଛନ୍ତି ବିଜେଡିର ୪ ପ୍ରାର୍ଥୀ। ରାଜ୍ୟସଭା ନିର୍ବାଚନରେ ବିଜେଡି ସୁବାସ ସିଂ, ମୁନ୍ନା ଖାଁ, ସୁଜିତ କୁମାର, ମମତା ମହାନ୍ତଙ୍କୁ ପ୍ରାର୍ଥୀ କରିଛି। ଏମାନେ ବିଧାନସଭାର ନୂଆ କନଭେନସନ ହଲରେ ରାଜ୍ୟସଭା ନିର୍ବାଚନ ଅଧିକାରୀଙ୍କ ନିକଟରେ ଏମାନେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀ, ବିଜେଡିର ନେତା ଓ ମନ୍ତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରାଯାଇଛି।
ବର୍ତ୍ତମାନ ସୁଧା ବିଜେପି କୌଣସି ପ୍ରାର୍ଥୀଙ୍କ ନାଁ ଘୋଷଣା କରିନି। ୧୩ ତାରିଖ ନାମାଙ୍କନପତ୍ର ଦାଖଲର ଶେଷ ଦିନ ରହିଛି। ଯଦି ବିଜେପି ପ୍ରାର୍ଥୀ ନଦିଏ ତେବେ ବିଜେଡିର ୪ଜଣ ଯାକ ପ୍ରାର୍ଥୀ ନିଦ୍ବନ୍ଦ୍ବରେ ନିର୍ବାଚିତ ହେବେ। ଆଉ ନିର୍ବାଚନ ହେବ ନାହିଁ । ଅନ୍ୟପଟେ କଂଗ୍ରେସ ସଂଖ୍ୟା ଦୃଷ୍ଟିରୁ ରାଜ୍ୟସଭାରେ କୌଣସି ପ୍ରାର୍ଥୀ ଦେବନି ବୋଲି ଘୋଷଣା କରିସାରିଛି।

Comments are closed.