Odisha Link
Bridging the Missing Links in Odisha

ଆଜି ୪୨୬ ଟ୍ରେନ୍‌ ବାତିଲ୍

ନୂଆଦିଲ୍ଲୀ: ଟ୍ରେନ୍ ଯୋଗେ ଯାତ୍ରା କରୁଥିବା ଲୋକଙ୍କୁ ଭାରତୀୟ ରେଳ ଏକ ବଡ଼ ଝଟ୍‌କା ଦେଇଛି। ଭାରତୀୟ ରେଳବାଇ (ଇଣ୍ଡିଆନ୍ ରେଲୱେ) ପକ୍ଷରୁ ବୁଧବାର ବାତିଲ୍ ହୋଇଥିବା ଟ୍ରେନ୍‌ର ତାଲିକା ପ୍ରକାଶ ପାଇଛି। ରେଳ ବିଭାଗ ଅନୁଯାୟୀ, ମାର୍ଚ୍ଚ ୧୧ତାରିଖରେ ୪୦୦ରୁ ଅଧିକ ଟ୍ରେନ୍ ବାତିଲ୍ କରାଯାଇଛି। ଭାରତୀୟ ରେଳବାଇ ଦ୍ୱାରା ଜାରି କରାଯାଇଥିବା ତାଲିକା ଅନୁଯାୟୀ ବୁଧବାର ଚାଲୁଥିବା ୪୨୬ ଟ୍ରେନ୍‌କୁ ବାତିଲ୍ କରାଯାଇଛି।

ବାତିଲ୍ ହୋଇଥିବା ଟ୍ରେନ୍‌ରେ ସୁପରଫାଷ୍ଟ, ଏକ୍ସପ୍ରେସ୍, ମେଲ୍ ଏକ୍ସପ୍ରେସ୍, ହମସଫର ଏବଂ ଅନେକ ସ୍ୱତନ୍ତ୍ର ଟ୍ରେନ୍ ଅନ୍ତର୍ଭୁକ୍ତ ରହିଛି। ବିହାର, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗର ଅନେକ ସହରକୁ ଦିଲ୍ଲୀ ସହିତ ସଂଯୋଗ କରୁଥିବା ଅନେକ ଟ୍ରେନ୍କୁ ବାତିଲ୍ କରାଯାଇଛି। ବାତିଲ୍ ହୋଇଥିବା ଟ୍ରେନ୍ ମଧ୍ୟରେ ୨୯୬ଟି ଟ୍ରେନ୍‌କୁ ସମ୍ପୂର୍ଣ୍ଣ ବାତିଲ୍ କରାଯାଇଛି। ୧୩୦ଟି ଟ୍ରେନ୍ ଆଂଶିକ ବାତିଲ୍ ହୋଇଛି ଏବଂ ଅନେକ ଟ୍ରେନ୍ ବିଳମ୍ବରେ ଚାଲୁଛି। ତେଣୁ ରେଳ ଯାତ୍ରା କରିବା ପୂର୍ବରୁ ଯାତ୍ରୀମାନେ ହେଲ୍ପଲାଇନ୍ ନଂ ୧୩୯ ମାଧ୍ୟମରେ ମଧ୍ୟ ଟ୍ରେନ୍ ସମ୍ବନ୍ଧୀୟ ସୂଚନା ପାଇପାରିବେ। ଏହା ବ୍ୟତୀତ ରେଳ ବିଭାଗର ଓ୍ବେବସାଇଟ୍ enquiry.indianrail.gov.in ମାଧ୍ୟମରେ ମଧ୍ୟ ଲିଷ୍ଟ ଦେଖିପାରିବେ। ଏହା ବ୍ୟତୀତ NTES ମୋବାଇଲ୍ ଆପ୍ ମାଧ୍ୟମରେ ସୂଚନା ପାଇପାରିବେ।

Comments are closed.