Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ କିରାଣୀ

କଟକ: ଆଜି କିରାଣୀ ନାରାୟଣ ସାହୁ ଜଣେ ସହକାରୀ ଶିକ୍ଷକଙ୍କ ୪୩ ହଜାର ଟଙ୍କାର ବକେୟା ବିଲ ପ୍ରସ୍ତୁତ କରିବା ପାଇଁ ୫ ହଜାର ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି କଟକ ଭକ୍ତ ମଧୁ ବିଦ୍ୟାପୀଠ କିରାଣୀ ନାରାୟଣ ସାହୁ। ନାରାୟଣ ସାହୁ ବିଲ ପ୍ରସ୍ତୁତ କରିବା ପାଇଁ ଲାଞ୍ଚ ମାଗୁଥିବା ଅଭିଯୋଗ କରିଥିଲେ ଭକ୍ତ ମଧୁ ବିଦ୍ୟାପୀଠର ସହକାରୀ ଶିକ୍ଷକ ସୁମନ୍ତ କୁମାର ଧାନିକ। ସୁମନ୍ତଙ୍କ ଅଭିଯୋଗ ଅନୁଯାଇ ତାଙ୍କର ବକେୟା ଥିବା ୪୩ ହଜାର ଟଙ୍କାର ବିଲ୍ ପ୍ରସ୍ତୁତ କରିବା ପାଇଁ କିରାଣୀ ନାରାୟଣ ସାହୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହାପରେ ସୁମନ୍ତ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଆଜି କିରାଣୀ ଜଣଙ୍କ ସୁମନ୍ତଙ୍କ ଠାରୁ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ତାଙ୍କୁ ଟଙ୍କା ସହ ଗିରଫ କରିଛି।

Comments are closed.