Odisha Link
Bridging the Missing Links in Odisha

ସିନ୍ଧିଆ-ଶାହ ସାକ୍ଷାତକାର, ଶାହ କହିଲେ..

ନୂଆଦିଲ୍ଲୀ: ୧୮ ବର୍ଷର ସମ୍ପର୍କ ଭାଙ୍ଗି ବିଜେପିରେ ଗତକାଲି ସାମିଲ ହେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଏଥିପାଇଁ ମଧ୍ୟପ୍ରଦେଶରୁ ଧରି ଦିଲ୍ଲୀ ପର୍ଯ୍ୟନ୍ତ ବିଜେପିର ସବୁ ନେତା ଖୁସି ଅଛନ୍ତି। ଦଳର ସମସ୍ତ ନେତା ତାଙ୍କୁ ସ୍ୱାଗତ କରିଛନ୍ତି।

ଏଥିସହିତ ବିଜେପିରେ ଯୋଗ ଦେବା ପରେ ଜ୍ୟୋତିରାଦିତ୍ୟ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଥିଲେ। ଆଉ ଏହି ସାକ୍ଷାତକାରର ଏକ ଫଟୋକୁ ଶ୍ରୀ ଶାହ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଶେଆର୍ କରିଛନ୍ତି। ଏହି ଫଟୋକୁ ପୋଷ୍ଟ କରି ସେ ଲେଖିଛନ୍ତି, ମୁଁ ନିଶ୍ଚିତ ଯେ ସିନ୍ଧିଆଙ୍କ ଯୋଗଦାନ ମଧ୍ୟପ୍ରଦେଶବାସୀଙ୍କ ସେବା କରିବା ପାଇଁ ବିଜେପିର ସଂକଳ୍ପକୁ ଆହୁରି ମଜବୁତ କରିବ।

ସୂଚନାଯୋଗ୍ୟ, ବୁଧବାର ସିନ୍ଧିଆ ବିଜେପିରେ ଯୋଗ ଦେଇଥିଲେ। ଦଳରେ ସାମିଲ ହେବା ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ସଭାପତି ଜେ.ପି ନଡ୍ଡାଙ୍କୁ ଧନ୍ୟବାଦ ଦେଇଥିଲେ।

Comments are closed.