Odisha Link
Bridging the Missing Links in Odisha

ଷ୍ଟେସନରେ କାକୁଡି ବିକ୍ରେତାଙ୍କୁ ନିସ୍ତୁକ ମାଡ଼

ସୋର: ସୋର ଷ୍ଟେସନ ବାହାରେ କାକୁଡି ବିକ୍ରେତାଙ୍କୁ ନିସ୍ତୁକ ମାଡ଼ ମରିଥିବା ଅଭିଯୋଗ ହୋଇଛି। ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ କାକୁଡି ବିକ୍ରେତାଙ୍କୁ ନିସ୍ତୁକ ମାଡ ମାରିଛନ୍ତି ଦୁଇ ଷ୍ଟେସନ କର୍ମଚାରୀ। ତେବେ ମାଡ ମାରିବା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।

ମିଳିଥିବା ସୂଚନା ଅନୁସାରେ, ସୋର ଷ୍ଟେସନରେ ପୌରପାଳିକା ଓ୍ବାର୍ଡ ନଂ ୩ର ବାସିନ୍ଦା ହରେକୃଷ୍ଣ ମହାଳିକ କାକୁଡି ବିକ୍ରୟ କରିଥାନ୍ତି। ତେବେ ତାଙ୍କୁ ଷ୍ଟେସନର ଦୁଇ ଜଣ କର୍ମଚାରୀ ଗାଳିଗୁଲଜ କରିବା ସହ ମିଳିତଭାବେ ତାଙ୍କୁ ମାଡ ମାରିଥିବା ନେଇ ସୋର ଥାନାରେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

Comments are closed.