Odisha Link
Bridging the Missing Links in Odisha

କରେନା ପାଇଁ ଦୋହଲିଲା ସେୟାର ବଜାର

ମୁମ୍ବାଇ : କରୋନାକୁ ମହାମାରୀ ଘୋଷଣା ହେବା ପରେ ଷ୍ଟକ ବଜାରରେ ବଡ଼ ଧରଣର ହ୍ରାସ ଦେଖାଦେଇଛି। ପ୍ରାୟ ସମସ୍ତ ଅନ୍ତର୍ଜାତୀୟ ଷ୍ଟକ ବଜାର ସହ ଭାରତର ଦୁଇ ପ୍ରମୁଖ ଷ୍ଟକ ବଜାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ରେକର୍ଡ ହ୍ରାସ ଦେଖାଦେଇଛି। ନିବେଶକ ମାନେ ଆତଙ୍କିତ ହୋଇ ଷ୍ଟକ ବଜାରରୁ ନିଜର ପୁଞ୍ଜି ପ୍ରତ୍ୟାହାର କରି ନେଉଥିବାରୁ ଏପରି ହେଉଥିବା କୁହାଯାଉଛି।

ଆଜି ସେନସେକ୍ସ ପ୍ରାୟ ୨୬ଶହ ପଏଣ୍ଟ ହ୍ରାସ ପାଇଥିବାବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫଟୀ ୭୭୧ ପଏଣ୍ଟ ହ୍ରାସ ପାଇଥିବା ଦେଖାଯାଇଥିଲା। ଏହି ଦ୍ରୁତ ହ୍ରାସ ଫଳରେ ନିବେଶକମାନଙ୍କର ପ୍ରାୟ ୧୦ ଲକ୍ଷ କୋଟିର କ୍ଷତି ହୋଇଥିବା ଅଟକଳ କରାଯାଉଛି। ଏହି ହ୍ରାସ ପରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ପଂଜୀକୃତ ତାଲିକାଭୁକ୍ତ କମ୍ପାନିମାନଙ୍କ ମୋଟ ବଜାର ପୁଞ୍ଜି ୧,୨୬ ଲକ୍ଷ କୋଟିକୁ ହ୍ରାସ ପାଇଛି।

କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ଭାରତ ସରକାର କେତେକ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ଆସନ୍ତା ଏପ୍ରିଲ ୧୫ ପର୍ଯ୍ୟନ୍ତ ସବୁ ପର୍ଯ୍ୟଟନ ଭିସାକୁ ରଦ୍ଦ କରାଯାଇଛି। ଏହି ଭିସା ରଦ୍ଦ ପରେ ବିମାନ କମ୍ପାନିଗୁଡ଼ିକ ବଡ଼ ଧରଣର କ୍ଷତି ସହିବା ଆଶଙ୍କା ରହିଛି । ଏହା ଫଳରେ ଆଜି ଷ୍ଟକ ବଜାରରେ ଇଣ୍ଡିଗୋ, ସ୍ପାଇସଜେଟ ପରି କମ୍ପାନିଙ୍କ ଷ୍ଟକ ମୂଲ୍ୟ ହ୍ରାସ ପାଇଛି।

Comments are closed.