Odisha Link
Bridging the Missing Links in Odisha

ନଦୀରେ ବୁଡ଼ି ୨ ଯୁବକ ମୃତ

କେନ୍ଦ୍ରାପଡ଼ା: ଗାଧୋଇବା ବେଳେ ନଦୀରେ ବୁଡ଼ି ୨ ଯୁବକଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ପାଟକୁରା ଚିତ୍ରତ୍ପୋଳା ନଦୀକୁ ଗାଧୋଇବା ପାଇଁ ଆଜି ସକାଳ ୯ ଟାରେ ୨ ଜଣ ଯୁବକ ଯାଇଥିଲେ। ଏହି ସମୟରେ କୌଣସି କାରଣ ବଶତଃ ସେମାନେ ପାଣିରେ ବୁଡ଼ି ଯାଇଥିଲେ। ନଦୀରୁ ଫେରିବା ଡେରି ହେବାରୁ ଘର ଲୋକେ ଖୋଜା ଖୋଜି କରିଥିଲେ କିନ୍ତୁ ସେମାନଙ୍କ ସନ୍ଧାନ ପାଇ ନ ଥିଲେ।

ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ କର୍ମଚାରୀ ନଦୀରେ ଖୋଜି ଦୁଇ ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ପାଟକୁରା ମେଡ଼ିକାଲ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ମୃତ ୨ ଯୁବକ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବନ୍ଧୁ ଘରକୁ ଆସିଥିଲେ ବୋଲି ଜଣାପଡ଼ିଛି।

Comments are closed.