Odisha Link
Bridging the Missing Links in Odisha

କେନ୍ଦୁଝରରେ କରୋନା ଗୁଜବ

କେନ୍ଦୁଝର: କିଛି ଦିନ ତଳେ ବଡ଼ ଗୁଜବ ଉଠିଥିଲା ଯେ, ୭ଟି ତୁଳସୀ ପତ୍ର ଖାଇଲେ କରୋନା ହେବ ନାହିଁ, ପୁରୀ ବଡପଣ୍ଡାଙ୍କ ନାଁରେ ଏମିତି ଗୁଜବ ସୃଷ୍ଟି ହୋଇଥିଲା। ଆଉ ସେଇ ଗୁଜବ ପଛରେ ମାତିଥିଲା ସାରା ଓଡିଶା। ଠିକ୍ ସେମିତି ଏକ ଗୁଜବ ପଛରେ ମାତିଛି କେନ୍ଦୁଝର।
କେନ୍ଦୁଝର ଶନି ମନ୍ଦିର ସାମ୍ନାରେ ମହିଳାଙ୍କ ଭିଡ ଲାଗିଛି। ପିଲାଛୁଆଙ୍କୁ ଧରି ମହିଳାମାନେ ମନ୍ଦିରରେ ପହଂଚି ପୂଜାର୍ଚ୍ଚନା କରୁଛନ୍ତି। କାରଣ ଜିଲ୍ଲାରେ ଗୁଜବ ବ୍ୟାପିଛି, ୨ଟି ପୁଅ ଥିବା ଦମ୍ପତିଙ୍କ ଠାରୁ ୫ ଟଙ୍କା ନେଇ ଗୋଟିଏ ପୁଅ ଥିବା ଦମ୍ପତି ଶନିମନ୍ଦିରରେ ପୂଜା କଲେ କରୋନା ସଂକ୍ରମଣ ହେବ ନାହିଁ। ଏଭଳି ଏକ ଅଦ୍ଭୁତ ଅପପ୍ରଚାର ଜିଲ୍ଲାରେ ବ୍ୟାପିବା ପରେ ମହିଳାମାନେ ପୂଜା ସାମଗ୍ରୀ ଧରି ମନ୍ଦିରେ ଭିଡ ଜମାଇଛନ୍ତି।
ଅନ୍ୟପଟେ, କରୋନା ସମ୍ପର୍କରେ ମିଛ ଖବର ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ମହଙ୍ଗା ପଡ଼ିଛି। ମିଛ ଖବର ପ୍ରସାର କରିବା କାରଣରୁ ରାୟଗଡ଼ାରେ ଜଣେ ଯୁବକକୁ ଗିରଫ କରିଛି ପୁଲିସ୍। ଏହି ଯୁବକ ଜଣକ ଫେସ୍ବୁକ୍ରେ ଲେଖିଥିଲେ ରାୟଗଡ଼ାରେ ପହଞ୍ଚିଲା କରୋନା । କାଶିପୁରରେ ଜଣେ କରୋନାରେ ଆକ୍ରାନ୍ତ। କେରଳରୁ ଫେରିବା ଏହି ଦାଦନ ଶ୍ରମିକଙ୍କୁ ରାୟଗଡ଼ା ମୁଖ୍ୟ ଡାକ୍ତରଖାନାରେ ଭର୍ତି କରଯାଇଛି ବୋଲି ଏହି ଯୁବକ ଜଣକ ପୋଷ୍ଟ କରିଥିଲେ। ଏଭଳି ମିଛ ଖବର ପ୍ରଚାରିତ କରିବା କାରଣରୁ ଏହି ଯୁବକକୁ ଗିରଫ କରାଯାଇଛି। ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

Comments are closed.