Odisha Link
Bridging the Missing Links in Odisha

ମଧ୍ୟପ୍ରଦେଶ: ମାର୍ଚ୍ଚ ୨୬ ଯାଏଁ ସ୍ଥଗିତ ରହିଲା ବିଧାନସଭା, ହେଲାନି ଫ୍ଲୋର ଟେଷ୍ଟ

ଭୋପାଳ: ମଧ୍ୟପ୍ରଦେଶରେ ଲାଗି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଆଜି ଆରମ୍ଭ ହୋଇଛି ମଧ୍ୟପ୍ରଦେଶ ବିଧାନସଭା ଅଧିବେଶନ। ରାଜ୍ୟପାଳ ଲାଲାଜୀ ଟଣ୍ଡନ ବିଧାନସଭାରେ ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ହେଲେ ସମ୍ପୂର୍ଣ୍ଣ କରିନଥିଲେ ଅଭିଭାଷଣ। ବିଧାୟକଙ୍କୁ ଶାନ୍ତପୂର୍ଣ୍ଣ ଭାବେ ନିୟମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟପାଳ। ଏଥିସହିତ ମାର୍ଚ୍ଚ ୨୬ ଯାଏଁ ବିଧାନସଭା ଅଧିବେଶନ ମୁଲତବି କରିଲେ ବାଚସ୍ପତି।

ଅପରପକ୍ଷେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଆଜି ହେବ ନାହିଁ ଫ୍ଲୋର ଟେଷ୍ଟ। କମଲନାଥ ସରକାରର ଶକ୍ତି ପରୀକ୍ଷା ପୂର୍ବରୁ ବିଧାନସଭା ମୁଲତବି ରଖିଲେ ବାଚସ୍ପତି। କରୋନା ପାଇଁ ହେଲାନି ଫ୍ଲୋର ଟେଷ୍ଟ। ଅନ୍ୟପଟେ ବିଜେପି ଫ୍ଲୋର ଟେଷ୍ଟ ପାଇଁ ଦାବି କରିଛି।

Comments are closed.