ରାଜ୍ୟରେ ନିଅଣ୍ଟିଆ ସ୍ଥିତି ନାହିଁ: ମନ୍ତ୍ରୀ

ଭୁବନେଶ୍ବର: କରୋନା ଭୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବାକୁ ଭିଡ଼ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଶ୍ରୀ ସ୍ବାଇଁ କହିଛନ୍ତି ଯେ, ରାଜ୍ୟ କୌଣସି ଅଭାବ ନାହିଁ। କିଛି ଗୁଜବକାରୀଙ୍କ ପ୍ରଚାର ଯୋଗୁ୍ଁ ଏଭଳି ପରିସ୍ଥିତି ଉପୁଜିଛି। କେବଳ ଲୋକେ ସଚେଚନ ହେବା ଦରକାର। ଆମେ ଉଦ୍ୟମ କରୁଛୁ। ଲୋକଙ୍କୁ ସଚେତନ କରାଇବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ବିଭାଗ ସହ ଯୋଗାଯୋଗ ଚାଲିଛି। ଭୟର କାରଣ ନାହିଁ। ଆକୁଆ ୩ ମାସର (ପିଡିଏଫ) ସାମଗ୍ରୀ ପାଇଁ ଯୋଜନା ଚାଲିଛି। ଦିନେ ଦୁଇ ଦିନରେ ନିଷ୍ପତ୍ତି ହେବ। ଗୁଜବକାରୀଙ୍କ ପ୍ରତି କର୍ଯ୍ୟାନୁଷ୍ଠାନ ହେବ। ମାସ୍କ ଓ ସାନିଟାଇଜରର ନିଅଣ୍ଟିଆ ସ୍ଥିତି ଦେଖାଯାଇଛି। ଆବଶ୍ୟକ ଅନୁସାରେ ପ୍ରଡକ୍ସନ ହେଉ ନାହିଁ। ପ୍ରଡକ୍ସନ ବୃଦ୍ଧି ପାଇଁ ଚେଷ୍ଟା ଜାରି ରହିଛି।