Odisha Link
Bridging the Missing Links in Odisha

ଗୁରୁଦ୍ବାରରେ ଆକ୍ରମଣ କରିଥିବା ଯୁବକ କେରଳର IS କର୍ମୀ

ଓଏଲ୍‌ ବ୍ୟୁରୋ: ସାରା ବିଶ୍ବ କରୋନା ଲଢ଼େଇରେ ବ୍ୟସ୍ତ ଥିବା ବେଳେ କାବୁଲରେ ଏକ ୪୦୦ ବରଷ ପୁରୁଣା ଗୁରୁଦ୍ବାର ଉପରେ ଆକ୍ରମଣ କରିଛି ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍‌ (IS)। ଏଥିରେ ୨୫ ଜଣ ଶିଖ୍‌ ପ୍ରାଣତ୍ୟାଗ କରିଥିଲେ।

ତେବେ ଏହି ଆକ୍ରମଣରେ ସଂପୃକ୍ତ ୩ ଆତ୍ମଘାତୀ ଆତଙ୍କବାଦୀମାନଙ୍କ ମଧ୍ୟରେ ଅଛନ୍ତି ଜଣେ ଭାରତୀୟ ଯୁବକ। ତାଙ୍କର ଘର କେରଳରେ ବୋଲି ଜଣାପଡ଼ିଛି। ଆଇଏସ୍‌ ପତ୍ରିକା ଅଲ୍‌ ନାବାରେ ତାଙ୍କର ଫଟୋ ପ୍ରକାଶ ପାଇଛି।

ଇଣ୍ଡିଆ ଟୁଡେ ଅନଲାଇନ୍‌ ସଂସ୍କରଣରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଯୁବକଙ୍କର ନାମ ମହମ୍ମ୍ଦ ମହସିନ ଓ ବୟସ ୨୧ ବର୍ଷ। ସେ ଜଣେ ଇଂଜିନିୟରିଂ ଛାତ୍ର ଓ ତାଙ୍କର ଘର କେରଳର କାଶରଗୋଦ ଜିଲ୍ଲା ଥ୍ରିକାରିପୁରରେ। ତେବେ ସେ ଗତ ବର୍ଷ ଡ୍ରୋନ୍‌ ଆକ୍ରମଣୀେ ମରିଯାଇଥିଲା ବୋଲି କେରଳ ପୁଲିସ ସୂଚନା ଦେଇଛି।

ମାର୍ଚ୍‌ ୨୫ ତାରିଖ ଦିନ କାବୁଲର ଏକ ୪୦୦ ବର୍ଷ ପୁରୁଣା ଗୁରୁଦ୍ବାରରେ ୨୦୦ ଲୋକ ପ୍ରାର୍ଥନା କରୁଥିବା ବେଳେ ଆଇଏସ୍‌ ପକ୍ଷରୁ ଗୁଳିଚାଳନା ହୋଇଥିଲା। ଏଥିରେ ୨୫ ଜଣ ଶିଖ୍‌ ଶ୍ରଦ୍ଧାଳୁ ପ୍ରାଣ ହରାଇଥିଲେ। ପରେ ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ସମସ୍ତ ୩ ଜଣ ଆଇଏସ୍‌ ଆକ୍ରମଣକାରୀଙ୍କର ମୃତ୍ୟୁ ହୋଇଥିଲା।

Comments are closed.