Odisha Link
Bridging the Missing Links in Odisha

ବଢ଼ିଲା ଗାଡ଼ି କାଗଜପତ୍ର, ଡ୍ରାଇଭିଂ ଲାଇସେନ୍ସ ଏବଂ ପଲ୍ୟୁସନ୍ ପ୍ରମାଣପତ୍ର ବୈଧତା ଅବଧି

ଭୁବନେ‌ଶ୍ବର: କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି। ଗାଡ଼ି ଚାଳକଙ୍କୁ ଆଶ୍ବସ୍ତି। କାରଣ ଲକ୍‌ଡାଉନ୍‌କୁ ନଜରରେ ରଖି ଡ୍ରାଇଭିଂ ଲାଇସେନ୍ସ, ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ଏବଂ ଗାଡ଼ି ପରମିଟ୍‌ ଆଦିର ନବୀକରଣ କରାଇବାର ଅବଧିକୁ କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ଜୁନ୍‌ ୩୦ ତାରିଖ ଯାଏ ବୃଦ୍ଧି କରିଛି। ଏଥିସହିତ ରାଜ୍ୟ ସରକାର ଲର୍ଣ୍ଣିଂ ଲାଇସେନ୍ସ ଓ ପ୍ରଦୂଷଣ ସାର୍ଟିଫିକେଟ୍‌ର ବୈଧତାକୁ ମଧ୍ୟ ଜୁନ୍ ୩୦ ତାରିଖ ଯାଏ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏ ନେଇ ଏକ ଟ୍ୱିଟ୍ କରିଛନ୍ତି।

ଏହି ଟ୍ୱିଟ୍‌ରେ ଲେଖାଯାଇଛି, କେନ୍ଦ୍ର ସରକାର ଫିଟ୍‌ନେସ୍‌, ପଞ୍ଜୀକରଣ, ପରମିଟ୍ ଓ ଡିଏଲ୍‌ ଆଦିର ବୈଧତାକୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଯଦିଓ ଏଥିରେ ନିର୍ଦ୍ଦିଷ୍ଟ ଭାବେ କିଛି ଉଲ୍ଲେଖ କରାଯାଇନାହିଁ, ତଥାପି ଆମେ ଓଡ଼ିଶାରେ ଲର୍ଣ୍ଣିଂ ଲାଇସେନ୍ସ ଓ ପ୍ରଦୂଷଣ ସାର୍ଟିଫିକେଟ୍‌ର ବୈଧତାକୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଇବୁ।

ଗାଡ଼ିର ଫିଟନେସ୍, ଡ୍ରାଇଭିଂ ଲାଇସେନ୍ସ, କିମ୍ବା ପଲ୍ୟୁସନ ଏବଂ ପରମଟର ବୈଧତା ଏହି ସମୟରେ ସରୁଛି ତେବେ ଏଥିପାଇଁ ଆପଣଙ୍କୁ ଏବେ ଆଉ କୌଣସି ପ୍ରମାଣପତ୍ରର ନବୀକରଣ କରିବାକୁ ପଡ଼ିବ ନାହିଁ। କାରଣ ଏହା ବର୍ତ୍ତମାନ ଆପଣାଛାଏଁ ଜୁନ୍ ୩୦ ତାରିଖ ଯାଏଁ ନବୀକରଣ ହୋଇଯିବ। ଏପରିକି ବାଟରେ ଯଦି ଆପଣଙ୍କୁ କୌଣସି ଟ୍ରାଫିକ୍ ଅଧିକାରୀ ଅଟକାନ୍ତି ଗାଡ଼ି ଯାଞ୍ଚ କରନ୍ତି ଏବଂ ଏହି ସମୟରେ ଯଦି ଆପଣଙ୍କର ଡିଏଲ କିମ୍ବା ଗାଡ଼ିର ଅନ୍ୟ କୌଣସି ପ୍ରମାଣପତ୍ରର ବୈଧତା ଶେଷ ହୋଇଯାଇଥିବ, ତେବେ ଏଥିପାଇଁ ଆପଣଙ୍କଠାରୁ ଜରିମାନା ଆଦାୟ କରିପାରିବ ନାହିଁ ପୋଲିସ୍। ଏନେଇ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Comments are closed.