Odisha Link
Bridging the Missing Links in Odisha

କାଲିଠୁ ଖୋଲିବ ବିଶ୍ବବିଦ୍ୟାଳୟ ଓ କଲେଜ: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ଆଜି ବିଶ୍ବବିଦ୍ୟାଳୟର କୁଳପତିଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନ କରିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ଆଲୋଚନା ପରେ +୩ ଶେଷ ବର୍ଷ ପରୀକ୍ଷା ଜୁଲାଇ ୨୪ ସୁଦ୍ଧା ଶେଷ ହେବ ଓ ପିଜି ଶେଷ ସେମିଷ୍ଟାର ପରୀକ୍ଷା ଅଗଷ୍ଟରେ ୨୦ରେ ହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ଅରୁଣ ସାହୁ।

ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ୧୧ଟି ବିଶ୍ୱ ବିଦ୍ୟାଳୟର କୁଳପତିଙ୍କ ସହ ଆଲୋଚନା କରିବା ପରେ +୩ ଶେଷ ବର୍ଷ ପରୀକ୍ଷା ଜୁଲାଇ ୨୪ରେ ଓ ପିଜି ଶେଷ ସେମିଷ୍ଟାର ପରୀକ୍ଷା ଅଗଷ୍ଟରେ ୨୦ରେ ହେବ ବୋଲି କହିଛନ୍ତି। ଏଥିସହିତ ପିଜି ଆଡମିସନ ପାଇଁ ଏକକ ପରୀକ୍ଷା ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ହେବ ବୋଲି ସେ କହିଛନ୍ତି।

ଏଥିସହିତ ଛାତ୍ରଛାତ୍ରୀ ମାନଙ୍କୁ ଅନଲାଇନରେ ଶିକ୍ଷାଦାନ ଏବଂ ପାଠ୍ୟ ପୁସ୍ତକ ଯୋଗାଇ ଦେବାକୁ ଏକ କମିଟି ଗଠନ କରାଯାଇଛି। କମିଟି ଏନେଇ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବ। ଏଥିସହିତ ଆସନ୍ତାକାଲିଠାରୁ ସବୁ ଡିଗ୍ରୀ କଲେଜ ଓ ବିଶ୍ଵବିଦ୍ୟାଳୟ ଗୁଡିକ ଏକ ତୃତୀୟାଂଶ କର୍ମଚାରୀଙ୍କୁ ନେଇ କ୍ୟାମ୍ପସ ଖୋଲିବେ ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ।

ପ୍ରତି ୧୫ ଦିନରେ ଥରେ କୁଳପତିମାନଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ସ୍ଥିତି ସମ୍ପର୍କରେ ଆଲୋଚନା କରାଯିବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ଲୋକ ସେବା ଭବନରେ ଅନୁଷ୍ଠିତ ଭିଡିଓ କନଫରେନ୍ସ ବୈଠକରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅଧ୍ୟକ୍ଷତା କରିଥିବା ବେଳେ ବିଭାଗୀୟ ସଚିବ ଶାଶ୍ବତ ମିଶ୍ର, ଉଚ୍ଚ ଶିକ୍ଷା ପରିଷଦ ର ଉପାଧ୍ୟକ୍ଷ ଅଶୋକ ଦାସ ଉପସ୍ଥିତ ଥିଲେ। ୧୧ଟି ବିଶ୍ଵବିଦ୍ୟାଳୟର କୁଳପତି ମାନେ ଭିଡିଓ କନଫରେନ୍ସ ଜରିଆରେ ଯୋଗ ଦେଇଥିଲେ।

Comments are closed.