ମେ ୨୯ ପର୍ଯ୍ୟନ୍ତ ଲକ୍ଡାଉନ୍ ଅବଧି ବଢ଼ାଇଲେ ତେଲଙ୍ଗାନା ସରକାର

ହାଇଦ୍ରାବାଦ: ଦେଶରେ ଦିନକୁ ଦିନ ବୃଦ୍ଧି ପାଉଛି କରେନା ଆକ୍ରାନ୍ତଙ୍କ ସଂଖ୍ୟା। ଏହାକୁ ନଜରରେ ରଖି ମେ ୧୭ ଯାଏ ବୃଦ୍ଧି ପାଇଛି ଲକ୍ଡାଉନ୍ ଅବଧି। ହେଲେ ଏହାରି ମଧ୍ୟରେ ତେଲେଙ୍ଗାନାରୁ ଆସିଛି ବଡ଼ ଖବର।
୨୯ ତାରିଖ ଯାଏଁ ବଢ଼ାଇ ଦେଇଛନ୍ତି ତେଲେଙ୍ଗାନା ସରକାର। ଏନେଇ ବିଧିବଦ୍ଧ ଭାବରେ ଘୋଷଣା କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ। ସାରା ଦେଶରେ ମେ’ ୧୭ ତାରିଖ ଯାଏଁ ତାଲା ବନ୍ଦ ଥିବା ବେଳେ ତେଲେଙ୍ଗାନାରେ ଏହାକୁ ୨୯ ତାରିଖକୁ ବଢ଼ାଇବାକୁ ନିଷ୍ପତି ନିଆଯାଇଛି।
ଅନ୍ୟପକ୍ଷରେ କରୋନା ଭୂତାଣୁ ପାଇଁ ଭାକସିନ ପ୍ରସ୍ତୁତି ପାଇଁ ପ୍ରକ୍ରିୟା ଜୋରସୋରରେ ଚାଲିଛି। ଆସନ୍ତା ଅଗଷ୍ଟ ଶେଷ ସୁଦ୍ଧା ଭାକ୍ସିନ ପ୍ରସ୍ତୁତ ହୋଇଯିବ ବୋଲି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆଶା ପ୍ରକଟ କରିଛନ୍ତି।