Odisha Link
Bridging the Missing Links in Odisha

ବର୍ଷକ ପାଇଁ ପ୍ରତି ମାସର ୩୦% ଦରମା ଦାନ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ବର୍ଷକ ପାଇଁ ନିଜ ଦରମାର ୩୦ ପ୍ରତିଶତ ମହାମାରୀ କରୋନା ମୁକାବିଲା ପାଇଁ ଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏନେଇ ସେ ଘୋଷଣା କରିଛନ୍ତି। ଏଥିସହିତ ଭ୍ରମଣ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବର୍ଷକ ପର୍ଯ୍ୟନ୍ତ କାଟଛାଣ୍ଟ କରିଛନ୍ତି।

ଗତ ମାର୍ଚ୍ଚରେ ସେ ଗୋଟିଏ ମାସ ଦରମା ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ପିଏମ୍‌ କେୟାର୍ସ ପାଣ୍ଠିକୁ ଦାନ କରିଥିଲେ। ଗୁରୁବାର ସେ ଘୋଷଣା କରିଛନ୍ତି ଯେ ବର୍ଷ ବ୍ୟାପୀ ପ୍ରତି ମାସ ଦରମାର ୩୦ପ୍ରତିଶତ ଏହି ପାଣ୍ଠିକୁ ଦେବେ। ରାଷ୍ଟ୍ରପତି ଭବନ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, କାର୍ଯ୍ୟାଳୟରେ ଖର୍ଚ୍ଚକାଟ କରିବାକୁ ମଧ୍ୟ କୋବିନ୍ଦ ନିର୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଭବନରେ ଆୟୋଜିତ ହେଉଥିବା ଉତ୍ସବାନୁଷ୍ଠାନରେ ମଧ୍ୟ ଖର୍ଚ୍ଚ କାଟ ହେବ। ଏହାଦ୍ବାରା ଭବନର ଖର୍ଚ୍ଚ ଅଟକଳରୁ ୨୦ ପ୍ରତିଶତ ବଞ୍ଚାଇବା ପ୍ରୟାସ କରାଯାଉଛି।

Comments are closed.