Odisha Link
Bridging the Missing Links in Odisha

ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ରେଜଲ୍ଟ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଜୁଲାଇ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ବୋର୍ଡ କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀରଞ୍ଜନ ଦାସ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବାତ୍ୟା ଅମ୍ପନ ପାଇଁ ପରୀକ୍ଷା ଖାତା ମୂଲ୍ୟାୟନ ଘୁଞ୍ଚିଛି। ଆଜି କିମ୍ବା କାଲି ସନ୍ଧ୍ୟା ସୁଦ୍ଧା ମୂଲ୍ୟାୟନ ପାଇଁ ତାରିଖ ଘୋଷଣା କରାଯିବ। ମୂଲ୍ୟାୟନ ଓ ଫଳ ପ୍ରକାଶ ପାଇଁ ଆମେ ସମସ୍ତ ଚେଷ୍ଟା ଜାରି ରଖିଛୁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀରଞ୍ଜନ ଦାସ ସୂଚନା ଦେଇଛନ୍ତି।

ମେ’ ୨୦ ବଦଳରେ ୨୧ ତାରିଖଠାରୁ ଖାତା ମୂଲ୍ୟାୟନ ଆରମ୍ଭ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୋମବାର କହିଥିଲେ। ତେବେ ୨୪ ଘଣ୍ଟା ନ ପୂରୁଣୁ ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି। ମହାବାତ୍ୟା ‘ଅମ୍ଫାନ୍’କୁ ଦୃଷ୍ଟିରେ ରଖି ଆସନ୍ତା ୨୧ତାରିଖରୁ ଆରମ୍ଭ ହେବାକୁ ଥିବା ମୂଲ୍ୟାୟନକୁ ସ୍ଥଗିତ ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ।

Comments are closed.