Odisha Link
Bridging the Missing Links in Odisha

ଆଉ ୪୩ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ରାଜ୍ୟ ପାଇଁ ପୁଣି ଆଉ ଏକ ଭଲ ଖବର। ଆଜ ପୁଣି ସୁସ୍ଥ ହେଲେ ୪୩ କରୋନା ଆକ୍ରାନ୍ତ। ଫଳରେ ରାଜ୍ୟରେ ମୋଟ ୪୩୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳର ୧୫, ଗଞ୍ଜାମ, ରାଉରକେଲା ଓ ଯାଜପୁରରୁ ୮ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି ପୁରୀ, କେନ୍ଦ୍ରାପଡ଼ା, କଟକ ଓ ବୌଦ୍ଧରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Comments are closed.