Odisha Link
Bridging the Missing Links in Odisha

ଆମେରିକା ପରେ ବ୍ରାଜିଲ WHOକୁ ଦେଲା ଚେତାବନୀ

ଓଏଲ୍‌ ବ୍ୟୁରୋ: ମହାମାରୀ କରୋନା ଭାଇରସ୍‌ ଦିନକୁ ଦିନ ସାରା ବିଶ୍ବରେ ବ୍ୟାପକ ଭାବେ ସଂକ୍ରମିତ ହେବାରେ ଲାଗିଛି। ଏହାରିମଧ୍ୟରେ ଆମେରିକା ପରେ ମହାମାରୀର କେନ୍ଦ୍ର ପାଲଟିଥିବା ବ୍ରାଜିଲ ମଧ୍ୟ WHO ବିପକ୍ଷରେ ପକ୍ଷପାତିତା ଅଭିଯୋଗ ଆଣିଛି। ଏଥିସହିତ WHO ଛାଡ଼ିବାକୁ ମଧ୍ୟ ଚେତାବନୀ ଦେଇଛି ବ୍ରାଜିଲ। ସୂଚନାଥାଉକି ବ୍ରାଜିଲରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୫ ହଜାର ଅତିକ୍ରମ କରିଛି।

ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ କହିଛନ୍ତି ଯେ, ଯେପର୍ଯ୍ୟନ୍ତ WHO ପକ୍ଷପାତିତା ମନୋଭାବ ଛାଡିବ ନାହିଁ, ତାଙ୍କ ଦେଶ ଏହି ବିଶ୍ୱ ସଂସ୍ଥା ସହ ସମ୍ପର୍କ ଛିନ୍ନ କରିବାକୁ ବିଚାର ବିମର୍ଶ କରିବ। ସୂଚନାଥାଉକି, ଜାୟର ବୋଲସନାରୋ ହେଉଛନ୍ତି ଏଭଳି ରାଷ୍ଟ୍ରପତି ଯିଏକି ରାଜ୍ୟ ସରକାର ମାନେ ଲଗାଉଥିବା ଳକ୍‌ଡାଉନ୍‌ କଟକଣାକୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ଅନ୍ୟପକ୍ଷରେ, WHO ମୁଖପାତ୍ର ମାର୍ଗେଟ୍ ହାରିସ୍ ଜେନେଭାରେ କହିଛନ୍ତି ଯେ, ଲାଟିନ୍ ଆମେରିକାରେ ମହାମାରୀ ଗମ୍ଭୀର ରୂପ ନେଇଛି। ଗୋଟିଏ ସୂଚନା ଅନୁଯାୟୀ, ଲାଟିନ୍ ଆମେରିକା ସମେତ ପଶ୍ଚିମ ଏସିଆ, ଆଫ୍ରିକା ଏବଂ ଦକ୍ଷିଣ ଏସିଆରେ ମହାମାରୀର ସଂକ୍ରମଣ ଗମ୍ଭୀର ହେବାରେ ଲାଗିଛି।

ବ୍ରାଜିଲରେ ଗତ ଚାରି ଦିନ ମଧ୍ୟରେ ଏକ ଲକ୍ଷ ସଂକ୍ରମଣ ମାମଲା ବୃଦ୍ଧି ପାଇଥିବାବେଳେ ମେକ୍ସିକୋରେ ଗୋଟିଏ ଦିନରେ ଚାରି ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଓ୍ବାର୍ଲଡ ମିଟର ଅନୁଯାୟୀ ସାରା ବିଶ୍ବରେ ବର୍ତ୍ତମାନ ୬୯,୭୬,୦୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ ୪ଳକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୪ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ସୁସ୍ଥ ହୋଇଛନ୍ତି। ଏହି ରିପୋର୍ଟ ଓ୍ବାଲ୍ଡ ମିଟରରେ ପ୍ରକାଶ ପାଇଛି। ଏହାରି ମଧ୍ୟରେ ଆମେରିକା ପରେ ବ୍ରାଜିଲ

Comments are closed.