Odisha Link
Bridging the Missing Links in Odisha

ରାଜ୍ୟସଭା: ନାମାଙ୍କନ ଭରିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ା

ବେଙ୍ଗାଲୁରୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଭରିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି ଦେବେଗୌଡ଼ା। କଂଗ୍ରେସ ସମର୍ଥନରେ ନିଜ ରାଜ୍ୟ କର୍ଣ୍ଣାଟକରୁ ରାଜ୍ୟସଭା ନିର୍ବାଚନ ଲଢ଼ିବେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି ଦେବେଗୌଡ଼ା। ଗତ ଲୋକସଭା ନିର୍ବାଚନରେ ଟୁମ୍‌କୁର ଆସନରୁ ମାତ୍ର ୧୩ହଜାର ଭୋଟ୍‌ରେ ପରାଜିତ ହୋଇଥିବା ୮୭ ବର୍ଷୀୟ ଦେବେଗୌଡ଼ାଙ୍କୁ ସଂସଦକୁ ଆଣିବା ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଗ୍ରହ ପ୍ରକାଶ କରିବା ସହ ସମର୍ଥନ ଘୋଷଣା କରିଛନ୍ତି।

କଂଗ୍ରେସର ସମର୍ଥନକୁ ଦେବେଗୌଡ଼ା ସ୍ବୀକାର କରିବା ସହ ପ୍ରତିଦ୍ବନ୍ଦ୍ବିତା ପାଇଁ ସମ୍ମତି ଜଣାଇଛନ୍ତି। ଲୋକସଭା ନିର୍ବାଚନରେ ପରାଜିତ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼୍‌ଗେଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବାବେଳେ ଦଳର ବଳକା ୧୬ ଭୋଟ୍‌ କାହାକୁ ଦିଆଯିବ ସେ ନେଇ ବିଚାରବିମର୍ଶ ଚାଲିଥିଲା। ଏହି ପରିପ୍ରେକ୍ଷୀରେ ସୋନିଆ ଦେବେଗୌଡ଼ାଙ୍କୁ ସମର୍ଥନ ସମ୍ପର୍କରେ ଘୋଷଣା କରିଛନ୍ତି। ଏଥିସହିତ ଜନତା ଦଳ (ଏସ୍‌) ପକ୍ଷରୁ ଦେବେଗୌଡ଼ାଙ୍କୁ ରାଜ୍ୟସଭାକୁ ପଠାଯିବା ପାଇଁ ନିଷ୍ପତ୍ତି ହୋଇଛି ଏବଂ କଂଗ୍ରେସ ତାଙ୍କୁ ସମର୍ଥନ ଘୋଷଣା କରିଛି।

Comments are closed.