Odisha Link
Bridging the Missing Links in Odisha

ବାତିଲ ହେଲା ୟୁଜି, ପିଜି ପରୀକ୍ଷା

ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍‌ର ସଂକ୍ରମଣକୁ ନଜରରେ ରଖି ବାତିଲ ହେଲା ୟୁଜି, ପିଜି ପରୀକ୍ଷା। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିକଳ୍ପ ମୂଲ୍ୟାୟନ ଜରିଆରେ ଅଗଷ୍ଟ ଶେଷ ସୁଦ୍ଧା ୟୁଜି, ପିଜି ପରୀକ୍ଷାଫଳ ପ୍ରକାଶ ହେବ। ବିକଳ୍ପ ମୂଲ୍ୟାୟନରେ ଯଥେଷ୍ଟ ମାର୍କ ପାଇନଥିବା ପିଲାଙ୍କ ପାଇଁ ମଧ୍ୟ ପରୀକ୍ଷା ବ୍ୟବସ୍ଥା ହେବ। ନଭେମ୍ବରରେ ସଂପୃକ୍ତ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରିବେ କଲେଜ୍। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ମାନ୍ୟବର ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଉଚ୍ଚ ଶିକ୍ଷା ସମ୍ବନ୍ଧୀୟ ଏକ ଭିଡିଓ କନଫରେନସିଂ ଅନୁଷ୍ଠିତ ହୋଇଥିଲା। ଏହି କନଫରେନ୍ସରେ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସରକାରୀ ବିଶ୍ବବିଦ୍ୟାଳୟ ମାନଙ୍କର ଠସମର କୁଳପତି ମାନେ ଏବଂ ରାଜ୍ୟର ସରକାରୀ ଓ ଅନୁଦାନ ପ୍ରାପ୍ତ ବେସରକାରୀ ସ୍ବଂୟଶାସିତ କଲେଜ ମାନଙ୍କର ପ୍ରିନସିପାଲ ମାନେ ଉପସ୍ଥିତ ଥିଲେ ।

ବଦଳୁଥିବା କୋଭିଡ-୧୯ର ସ୍ଥିତିକୁ ଅନୁଧ୍ୟାନ କରି କିପରି ୟୁଜି ଓ ପିଜି ପାଠ୍ୟକ୍ରମର ଫାଇନାଲ ପରୀକ୍ଷା ହୋଇପାରିବ, ସେ ବିଷୟରେ ସବିଶେଷ ଆଲୋଚନା ହୋଇଥିଲା । ଓଡ଼ିଶାର କୋଭିଡ-୧୯ର ସଂକ୍ରମଣକୁୁ ଦେଖିଲା ପରେ, ଅନେକ କୁଳପତି ଓ ପ୍ରିନସିପାଲ ମାନେ ଫଶଇନାଲ ପରୀକ୍ଷା କରିବାରେ ଯେଉଁ ସମସ୍ୟା ଉପୁଜିବ, ସେ ବିଷୟରେ ବିଭାଗକୁ ଅବଗତ କରାଇଥିଲେ । କୋଭିଡ ୧୯ର ମାର୍ଗଦର୍ଶିକାକୁ କୌଣସି ପରିସ୍ଥିତିରେ ପରିବର୍ତନ କରାଯାଇପାରିବ ନାହିଁ, ଏଥି ସହିତ ସାମାଜିକ ଦୂରତ୍ୱ କଡାକଡ଼ି ଭାବେ ପାଳନ କରାଯିବାର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ମୂଲ୍ୟାୟନର ବିକଳ୍ପ ବ୍ୟବସ୍ଥା ଅନୁସରଣ କରିବା ଅଧିକ ବ୍ୟବହାରିକ ହେବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।

ଏଥିସହିତ ପରୀକ୍ଷା ବାତିଲ କରବିାକୁ ଆଲୋଚନା ହୋଇଥିଲା। ଯାହାଫଳରେ ଉଚ୍ଚଶିକ୍ଷା ବିଭାଗ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇଛି।

Comments are closed.