Odisha Link
Bridging the Missing Links in Odisha

ଡିଏଲ, ଏଲଏଲ ସ୍ଲଟ୍‌ ବୁକିଂ ବାତିଲ କଲେ ସରକାର

ଭୁବନେଶ୍ବର: ଡିଏଲ, ଏଲଏଲ ସ୍ଲଟ୍‌ ବୁକିଂ ନିର୍ଦ୍ଦେଶକୁ ବାତିଲ କଲେ ରାଜ୍ୟ ସରକାର। ଖୁବଶୀଘ୍ର ଡିଏଲ, ଏଲଏଲ ସ୍ଲଟ ବୁକିଂ ନେଇ ରାଜ୍ୟ ସରକାର ସାନି ବିଜ୍ଞପ୍ତି ଜାରି କରିବେ। ମାର୍ଚ୍ଚ ୧୮ରୁ ସେପ୍ଟେମ୍ବର ୩୦ ମଧ୍ୟରେ ଅବଧି ସରୁଥିଲେ କାଏମ ରହିବ। କେବେଠୁ ସାରଥୀ ପୋର୍ଟାଲ କାର୍ଯ୍ୟ କରିବ ସେ ସମ୍ପର୍କରେ ଜଣାଇଦିଆଯିବ। ଯେଉଁମାନେ ଡିଏଲ/ ଏଲଏଲ ସ୍ଲଟ ବୁକିଂ ପେମେଣ୍ଟ କରିଛନ୍ତି, କାଏମ ରହିବ। ଡିଏଲ/ ଏଲଏଲ ପାଇଁ କେହି ଆରଟିଓ ଅଫିସ ଆସିବାକୁ ବିଭାଗ ପକ୍ଷରୁ ମନା କରାଯାଇଛି। ଏନେଇ ବିଜ୍ଞପ୍ତି ଜରିଆରେ ପରିବହନ ନିଗମ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।

ଗତକାଲି ଆଜିଠୁ ଡିଏଲ ପାଇଁ ସ୍ଲଟ ବୁକିଂ କରିହେବ ଏବଂ ୧୮ ତାରିଖରୁ ଡିଏଲ ଟେଷ୍ଟ ହେବ ବୋଲି କୁହାଯାଇଥିଲା। ସେହିପରି ୨୯ ତାରିଖରୁ ଲର୍ଣ୍ଣିଂ ପାଇଁ ଟେଷ୍ଟ ହେବ। ତେବେ ୨୨ ତାରିଖରୁ ଏଥିପାଇଁ ସ୍ଲଟ୍ ବୁକିଂ ହୋଇପାରିବ ବୋଲି କୁହାଯାଇଥିଲା। ବର୍ତ୍ତମାନ ସ୍ଥିତିରେ ନୂଆ ଲାଇସେନ୍ସ ଦିଆଯିବ ନାହିଁ । ଆବେଦନ ସମୟରେ କୋଭିଡ୍ ଗାଇଡଲାଇନକୁ ମାନି ସାମାଜିକ ଦୂରତା ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

Comments are closed.