Odisha Link
Bridging the Missing Links in Odisha

ପୁରୀ ଗସ୍ତରେ ମୁଖ୍ୟ ଶାସନ ସଚିବ, ଡିିଜିପି

ପୁରୀ: ସୁପ୍ରିମକୋର୍ଟରେ ରଥଯାତ୍ରା ମାମଲାର ଶୁଣାଣି ପୂର୍ବରୁ ରାଜ୍ୟ ସରକାର ଦେଖାଇଲେ ତତ୍ପରତା। ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ରଥଯାତ୍ରା ପାଇଁ ପ୍ରସ୍ତୁତି ପର୍ବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପୁରୀ ଗସ୍ତରେ ଯାଇଛନ୍ତି ମୂଖ୍ୟ ଶାସନ ସଚିବ ଏବଂ ପୋଲିସ ଡିଜି। ପୁରୀ ଠାରେ ଉଭୟ ରହି ପରିସ୍ଥିତି ଉପରେ ନଜର ରଖିବେ ବୋଲି ସୂଚନା ରହିଛି।

ଏଥିସହିତ ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିସାରିଲାଣି। ରାତି ସୁଧା ବଡ଼ଦାଣ୍ଡକୁ ଖାଲି କରିବାକୁ ମାଇକ୍ ଯୋଗେ ପ୍ରଚାର କରାଯାଇଛି। ୩ରଥରେ ଧ୍ୱଜପତା ଲାଗିହେବା ସହ ରଥ ଦଉଡ଼ି ମଧ୍ୟ ଲାଗିଛି। ଏବେ ରଥକୁ ଦକ୍ଷିଣ ମୋଡ଼ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶକୁ ଅପେକ୍ଷା ରହିଛି। ଏଥିସହିତ ରଥଟଣା ପାଇଁ ରଥଖଳାରେ ପହଞ୍ଚିଲେ ୭ ଜଣ ଡାହୁକ। ସିଂହଦ୍ୱାରକୁ ରଥ ଆସିବା ପାଇଁ ଡାହୁକଙ୍କୁ ଡକାଗଲା।

ଅପରପକ୍ଷେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଛି ରୁଦ୍ଧଦ୍ୱାର ବୈଠକ। ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ମଧ୍ୟରେ ବୈଠକ। ପରିଚାଳନା କମିଟିର ସଦସ୍ୟମାନେ ମଧ୍ୟ ବୈଠକରେ ସାମିଲ ହୋଇଥିଲେ।

Comments are closed.