Odisha Link
Bridging the Missing Links in Odisha

ଟିକ୍‌ଟକ୍ ସମେତ ୫୯ଟି ଚାଇନିଜ୍ ଆପ୍‌କୁ ସରକାରଙ୍କ ୭୯ଟି ପ୍ରଶ୍ନ, ଉତ୍ତର ନଦେଲେ..

ନୂଆଦିଲ୍ଲୀ: ନିକଟରେ ଦେଶରେ ଟିକ୍‌ଟକ୍‌ ସମେତ‌ ୫୯ ଟି ଆପ୍‌କୁ ଭାରତ ସରକାର ବ୍ୟାନ୍‌ ଘୋଷଣା କରିଥିଲେ। ବ୍ୟାନ୍‌ ହୋଇଥିବା ସମସ୍ତ ଆପକୁ ଭାରତ ସରକାରଙ୍କ ଇଲୋକ୍ଟ୍ରୋନିକସ୍‌ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ପକ୍ଷରୁ ଏକ ନୋଟସି ସହିତ ୭୯ଟି ପ୍ରଶ୍ନ ପଚାରାଯାଇଛି। ଏହି ସବୁର ଉତ୍ତର ରଖିବା ପାଇଁ ବ୍ୟାନ୍‌ ହୋଇଥିବା ଆପ୍‌ ଗୁଡ଼ିକୁ ୩ ସପ୍ତାହ ସମୟ ଦେଇଛି। ଏହି ସମୟ ସୀମା ମଧ୍ୟରେ ଯେଉଁ ଆପ୍‌ ଗୁଡ଼ିକ ଏହି ସବୁ ପ୍ରଶ୍ନର ଉତ୍ତର ରଖିବାରେ ବିଫଳ ହେବେ ସେହି ଆପ୍‌ ଗୁଡ଼ିକୁ ଭାରତରେ ସମ୍ପୂର୍ଣ୍ଣ ଭାବେ ବ୍ୟାନ୍‌ କରାଯାଇ ପାରେ ବୋଲି ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେରେ ଖବର ପ୍ରକାଶିତ ହୋଇଛି।

ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇ‌ଥିବା ନୋଟିସରେ ଦର୍ଶାଯାଇଛି ଯେ, ବ୍ୟାନ୍‌ ଲାଗିଥିବା ଆପ୍‌ ଗୁଡ଼ିକ ଯଦି ଜୁଲାଇ ୨୨ ସୁଦ୍ଧା ନିଜର ପ୍ରତିକ୍ରିୟ ରଖି ପାରିବେ ନାହିଁ ତେବେ ସେହି ଆପ୍‌ ଗୁଡ଼ିକ ଭାରତରେ ସବୁଦିନ ପାଇଁ ବ୍ୟାନ୍‌ ଘୋଷିତ ହେବ।

ସୂଚନାଥାଉକି, ନିକଟରେ ତଥ୍ୟ ଚୋରି ଅଭିଯୋଗରେ ଟିକ୍‌ଟକ୍‌ ସମେତ ୫୯ଟି ଚାଇନା ମୋବାଇଲ୍‌ ଆପ୍‌କୁ ଭାରତରେ ବ୍ୟାନ୍ ଘୋଷଣା କରିଥିଲେ ଭାରତ ସରକାର। ଦେଶର ଏକତା ଓ ସାର୍ବଭୌମତ୍ବ ଏବଂ ସୁରକ୍ଷା ପ୍ରତି ବିପଦ ଥିବାରୁ ଏହି ଆପକୁ ନିଷିଦ୍ଧ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏସବୁ ଆପକୁ ନେଇ ଗୁଇନ୍ଦା ବାହିନୀ ସତର୍କତା ଜାରି କରିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ଚୀନ ମୋବାଇଲ ଆପଗୁଡ଼ିକ ବ୍ୟକ୍ତିଗତ ତଥ୍ୟ ଚୋରାଉଥିବା ନେଇ ଗତ ସପ୍ତାହରେ ଗୁଇନ୍ଦାସଂସ୍ଥାଗୁଡ଼ିକ ସତର୍କତା ଜାରି କରି କରିଥିଲେ। ଏହି ଆପଗୁଡ଼ିକ ନିରାପଦ ନୁହଁନ୍ତି ଓ ବ୍ୟବହାରକାରୀର ବ୍ୟକ୍ତିଗତ ତଥ୍ୟ ଚୋରାଇ ନେଉଥିବା ଅଭିଯୋଗ ହୋଇଛି।

ବ୍ୟାନ ହୋଇଥିବା ଚାଇନା ଆପ ମଧ୍ୟରେ ରହିଛି ଟିକଟକ, ଜୁମ,ସେୟାରଇଟ,ୟୁସି ବ୍ରାଉଜର, ଜେଣ୍ଡର, ୟୁସି ନ୍ୟୁଜ, କ୍ଲବ ଫାକ୍ଟ୍ରି, ହେଲୋ, ନ୍ୟୁଜଡଗ, କାମ ସ୍କାନର, କ୍ଲିନ ମାଷ୍ଟର,ଓ୍ଵଣ୍ଡର ସିନେମା, ସ୍ୱିଟ ସେଲଫି, ବିଗୋ ଲାଇଭ,ଏମଆଇ ଭିଡିଓ କଲ, ଓ୍ଵିମିଟ, ଭଲ୍ଟ ହାଇଡ୍‌, ଭିଗୋ ଭିଡିଓ, ଵିଚାଟ୍, ବିଉଟିପ୍ଲସ୍, କ୍ବାଇ, ରୋମ୍‌ଵି, ସେଇନ୍‌, ଫଟୋଵାଣ୍ଡର, ଆପସ୍ ବ୍ରାଉଜର, ଭିଭା ଭିଡିଓ, ଭାଇରସ୍ କ୍ଲିନର, ମାଇ କମ୍ୟୁନିଟି, ଡିୟୁ ରେକର୍ଡର, ୟୁକାମ୍‌, ମାଇ ଷ୍ଟୋର, ଡିୟୁ ବ୍ରାଉଜର, କ୍ୟାଚ୍‌କ୍ଲିଅର, କ୍ୟୁକ୍ୟୁ ଲଞ୍ଚର, କ୍ୟୁକ୍ୟୁ ମ୍ୟୁଜିକ୍, କ୍ୟୁକ୍ୟୁ ପ୍ଲେୟାର, ବାଇଦୁ ମ୍ୟାପ୍, ବାଇଦୁ ଟ୍ରାନ୍ସଲେଟ୍, ଓ୍ଵଣ୍ଡର କ୍ୟାମେରା, ଇଏସ୍‌ ଫାଇଲ୍‌ ଏକ୍ସପ୍ଲୋରର, ମେଲ୍‌ ମାଷ୍ଟର, ମାଇ ଭିଡିଓ କଲ୍‌-ସାଓମି ଏବଂ ପାରାଲେଲ୍‌ ସ୍ପେସ୍‌ ଆଦି ରହିଛି।

Comments are closed.