Odisha Link
Bridging the Missing Links in Odisha

ସୁସ୍ଥ ହେଲେ ଆଉ ୫୬୫ ଆକ୍ରାନ୍ତ, ଗଞ୍ଜାମରୁ ସର୍ବାଧିକ

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ୫୬୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୭୯୭୨ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଗଞ୍ଜାମରୁ ସର୍ବାଧିକ ୧୮୫ ଜଣ ସୁସ୍ଥ ହୋଇଛନ୍ତି। ରାୟଗଡ଼ାରୁ ୮୫, ବଲାଙ୍ଗୀରରୁ ୪୫, କଟକରୁ ୩୨, ମାଲକାନିଗିରିରୁ ୩୦, ବରଗଡ଼ରୁ ୨୪, ସୁନ୍ଦରଗଡ଼ରୁ ୨୪, ଅନୁଗୁଳରୁ ୨୩, ବାଲେଶ୍ବରରୁ ୧୭, ଜଗତସିଂହପୁରରୁ ୧୭, ଖୋର୍ଦ୍ଧାରୁ ୧୫, ଯାଜପୁରରୁ ୧୩, କେନ୍ଦ୍ରାପଡ଼ାରୁ ୧୦, ଗଜପତି, ଝାରସୁଗୁଡ଼ା ଓ ନବରଙ୍ଗପୁରରୁ ୮ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି।

ସେହିପରି ମୟୂରଭଞ୍ଜରୁ ୭, ଭଦ୍ରକରୁ ୪, ପୁରୀରୁ ୩, ଢେଙ୍କାନାଳ ଓ କେନ୍ଦୁଝରରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ବୌଦ୍ଧ, କନ୍ଧମାଳ ଓ ସମ୍ବଲପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

 

Comments are closed.