Odisha Link
Bridging the Missing Links in Odisha

ପୁଲିସ ସେବା ଭବନ ୨ ଦିନ ପାଇଁ ବନ୍ଦ

ଭୁବନେଶ୍ବର: ଦିନକୁୁ ଦିନ ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ବ୍ୟାପିବାରେ ଲାଗିଛି। କ୍ରମାଗତ କିଛି ଦିନ ହେବ ରାଜ୍ୟରେ ଲୋକାଲ କେସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହା ରାଜ୍ୟ ସରକାରଙ୍କ ନିଦ ହଜାଇ ଦେଇଛି। ଏସବୁ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆସନ୍ତା ୨ଦିନ ବା ୪୮ ଘଣ୍ଟା ପାଇଁ କମିଶନରେଟ୍‌ ପୁଲିସର ‘ପୁଲିସ ସେବା ଭବନ’ ବନ୍ଦ ରହିବ। ଏନେଇ ନେଇ ଟ୍ୱିଟ୍‌ କରି ସୂଚନା ଦେଇଛି କମିଶନରେଟ୍‌ ପୁଲିସ।

ଆସନ୍ତାକାଲି ଅର୍ଥାତ ୧୧ ତାରିଖ ସକାଳ ୯ଟାରୁ ୧୩ ତାରିଖ ସକାଳ ୯ଟା ପର୍ଯ୍ୟନ୍ତ ବନ୍ଦ ରହିବ। ଏହି ସମୟରେ କର୍ମଚାରୀ ଓ ସାଧାରଣ ଲୋକେ କାର୍ଯ୍ୟାଳୟ ଭିତରକୁ ଯାଇପାରିବେ ନାହିଁ। ବନ୍ଦ ସମୟ ମଧ୍ୟରେ ସଂପୂର୍ଣ୍ଣ କୋଠାକୁ ସାନିଟାଇଜ କରାଯିବ। କରୋନା ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବା ଅନୁମାନ କରାଯାଉଛି।

ଅପରପକ୍ଷେ ରାଜଧାନୀରେ ଦିନକୁ ଦିନ ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିିବାରେ ଲାଗିଛି। ଏଭଳି ସମୟରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଉଦ୍‌ବେଗଜନକ ସ୍ଥିତିରେ ରହିଛି। ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରେ ୬୦୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

Comments are closed.