Odisha Link
Bridging the Missing Links in Odisha

ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ଫଳାଫଳ: ସମୀର

ଭୁବନେଶ୍ବର: କରୋନା କାଳ ଭିତରେ ସରିଲା ମ୍ୟାଟ୍ରିକ ମୂଲ୍ୟାୟନ। ଜୁଲାଇ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

ସେ ଆଜି କହିଛନ୍ତି ଯେ, ମାଟ୍ରିକ ଖାତା ଦେଖା ଶେଷ ହୋଇଛି। ବର୍ତ୍ତମାନ ଟାବୁଲେସନ ଚାଲିଛି। ଅପରପକ୍ଷେ ସେ କହିଛନ୍ତି ଯେ, ଯୁକ୍ତ ୨ ଖାତା ମୂଲ୍ୟାୟନରେ ସମସ୍ୟା ରହୁଛି। ସଟଡାଉନ ପାଇଁ ଶିକ୍ଷକ ମୂଲ୍ୟୟାନ କେନ୍ଦ୍ରକୁ ଆସୁନାହାନ୍ତି। ଏନେଇ ଜିଲ୍ଲାପାଳଙ୍କୁ ଜଣାଇବାକୁ ମୁଖ୍ୟ ସଚିବଙ୍କୁ ଚିଡି ଲେଖିବି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

Comments are closed.