ବଡ଼ ଖବର: ରାଜ୍ୟରେ ୧୮ ହଜାର ଡେଇଁଲା ପଜିଟିଭ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ କାୟା ବିସ୍ତାର କରି ଚାଲିଛି କରୋନା ଭାଇରସ୍ । ଆଜି ରାଜ୍ୟର ୨୩ଟି ଜିଲ୍ଲାରୁ ୬୭୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ୧୮ ହଜାର ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାିଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪୪୬ ଜଣ କ୍ବାରାଣ୍ଟିନ୍ ସେଣ୍ଟରର ହୋଇଥିବା ବେଳେ ୨୨୭ ଜଣ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି। ସବୁଦିନ ପରି ମଧ୍ୟ ଆଜି ଗଞ୍ଜାମରୁ ସର୍ବାଧିକ ୨୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ସେହିପରି ଅନୁଗୁଳରୁ ୪, ବାଲେଶ୍ୱରରୁ ୧୩, ବରଗଡରୁ ୨୨, ଭଦ୍ରକରୁ ୫୮, କଟକରୁ ୩୨, ଢେଙ୍କାନାଳରୁ ୧୦, ଗଜପତିରୁ ୧୫, ଜଗତସିଂହପୁରରୁ ୩୬, ଯାଜପୁରରୁ ୨୮, ଝାରସୁଗୁଡାରୁ ୧୪, କନ୍ଧମାଳରୁ ୪୪, କେନ୍ଦ୍ରାପଡାରୁ ୪, ଖୋର୍ଦ୍ଧାରୁ ୫୮, କେନ୍ଦୁଝରରୁ ୨୪, କୋରାପୁଟରୁ ୪୧, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୧, ନୟାଗଡ଼ରୁ୪, ପୁରୀରୁ ୪, ସମ୍ବଲପୁରରୁ ୩, ସୋନପୁରରୁ ୪ ଓ ସୁନ୍ଦରଗଡ଼ରୁ ୧୧ ଜଣ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ବର୍ତ୍ତମାନ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୧୧୦ରେ ପହଁଞ୍ଚିଛି। ସେମଧ୍ୟରୁ ୧୨,୪୫୨ ଜଣ ସୁସ୍ଥ ହୋଇଥିବା ବେଳେ ୫,୫୩୩ ଜଣ ସକ୍ରିୟ ଆକ୍ରାନ୍ତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
6. Dhenkanal: 10
7. Gajapati: 15
8. Ganjam: 239
9. Jagatsinghpur: 36
10. Jajpur: 28
11. Jharsuguda: 14
12. Kandhamal: 44
13. Kendrapada: 4
14. Khurda: 58
15. Keonjhar: 24
16. Koraput: 41
17. Malkangiri: 4
18. Mayurbhanj: 1
19. Nayagarh: 4
20. Puri: 4
21. Sambalpur: 3— I & PR Department, Odisha (@IPR_Odisha) July 20, 2020