ପ୍ଲାଜମା ଦାନ ଆନ୍ଦୋଳନ ହେଉ: ନବୀନ

ଭୁବନେଶ୍ବର: ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ରାଜ୍ୟର ୨ୟ ପ୍ଲାଜମା ବ୍ୟାଙ୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନ୍ଫରେନସିଂ ଜରିଆରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହିତ ପ୍ଲାଜମା ଦାନ ପାଇଁ ପୋର୍ଟାଲ ଓ ପୁସ୍ତିକାର ମଧ୍ୟ ଉନ୍ମୋଚନ କରାଯାଇଛି।
ପ୍ଲାଜମା ଥେରାପି ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ। ଖୁବ୍ଶୀଘ୍ର ରାଉରକେଲା, ବୁର୍ଲା ଓ ବ୍ରହ୍ମପୁରରେ ହେବ ପ୍ଲାଜମା ବ୍ୟାଙ୍କ। ପ୍ଲାଜମା ଦାତାମାନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ । ପ୍ଲାଜମା ଦାନକୁ ଏକ ଆନ୍ଦୋଳନରେ ପରିଣତ କରିବାକୁ ନବୀନଙ୍କ ଆହ୍ବାନ। କାହାରିକୁ ଅତ୍ୟାଧୁନିକ ଡାକ୍ତରୀ ସେବାରୁ ବଞ୍ଚିତ କରାଯିବ ନାହିଁ ବୋଲି ନବୀନ କହିଛନ୍ତି।
ଅପରପକ୍ଷେ କଟକ SCB ପରେ ରାଜ୍ୟରେ ଦ୍ବିତୀୟ ପ୍ଲାଜମା ବ୍ୟାଙ୍କ ଉଦ୍ଘାଟିତ। କାଲି ରାଉରକେଲା IGHରେ ଉଦ୍ଘାଟନ ହେବ କହିଲେ ମୁଖ୍ୟ ସଚିବ।