Odisha Link
Bridging the Missing Links in Odisha

କାଲିଠୁ ଖୋଲିବ ରଜଧାନୀର ୟୁନିଟ-୪ ମାର୍କେଟ

ଭୁବନେଶ୍ବର: କାଲିଠୁ ଖୋଲିବ ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ବ୍ୟସ୍ତବହୁଳ ବଜାର ‘ୟୁନିଟ-୪’ ମାର୍କେଟ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବିଜ୍ଞପ୍ତି ଜରିଆରରେ ଏହି ସୂଚନା ଦିଆଯାଇଛି। ବିଏମସି ପକ୍ଷରୁ କୁହାଯାଇଛି ଯେ, ୟୁନିଟ-୪ ଏବଂ ୟୁନିଟ-୪ ଅଂଚଳରୁ କିଛି ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବା ପରେ ଗତ ୧୬ ତାରିଖ ଠାରୁ ମାର୍କେଟ ବନ୍ଦ ଥିଲା।

ବିଏମସି ତରଫରୁ କୁହାଯାଇଛି ଯେ, ବିଗତ ୧୪ ଦିନ ମଧ୍ୟରେ ୟୁନିଟ-୪ର ବ୍ୟବସାୟୀମାନଙ୍କର ବିଭିନ୍ନ ପର୍ଯ୍ୟାୟରେ କରୋନା ପରୀକ୍ଷା କରାଯାଇଛି। ୟୁନିଟ-୪ ମାର୍କେଟ ଅଞ୍ଚଳକୁ ସାନିଟାଇଜ କରାଯାଇଛି। ବ୍ୟବସାୟୀ ସଂଘ କୋଭିଡ-୧୯ ଗାଇଡଲାଇନ ମାନିବାକୁ ଅଣ୍ଡରଟେକିଂ ଦେଇଛନ୍ତି। ବ୍ୟବସାୟୀମାନେ କହିଛନ୍ତି, ସେମାନେ ବ୍ୟକ୍ତିଗତ ଭାବେ ସାମାଜିକ ଦୂରତାକୁ ପାଳନ କରିବେ।

ସୂଚନାଯୋଗ୍ୟ, ରାଜଧାନୀର ପ୍ରମୁଖ ସ୍ଥାନରେ ୟୁନିଟ-୪ ମାର୍କେଟ ଥିବାରୁ ଏଠାରେ ହଜାର ହଜାର ବ୍ୟବସାୟୀ ନିଜର ବ୍ୟବସାୟ କରିଥାନ୍ତି। ଲକ୍ଷାଧିକ ଲୋକ ୟୁନିଟ-୪ ମାର୍କେଟ ଉପରେ ନିର୍ଭର କରିଥାନ୍ତି। କାଲିଠାରୁ ଏହି ମାର୍କେଟ ପୁଣି ଥରେ ଖୋଲିବା ପରେ ଲୋକଙ୍କୁ ସୁବିଧାରେ ଖାଦ୍ୟ ସାମଗ୍ରୀ ମିଳିପାରିବ।

Comments are closed.