Odisha Link
Bridging the Missing Links in Odisha

କରୋନା: ଆଉ ୧୦ ଜଣଙ୍କର ମୃତ୍ୟୁ, ମୋଟ ୨୩୫

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ରାଜ୍ୟରେ ଆଉ ୧୦ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୨୩୫ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମୃତ ୧୦ ଜଣଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ୩ ଜଣ, ସୁନ୍ଦରଗଡ ଜିଲାରୁ ଦୁଇ ଜଣ, ଭଦ୍ରକ, କନ୍ଧମାଳ ,କେନ୍ଦୁଝର,ନବରଙ୍ଗପୁର,ନୟାଗଡ଼ ଜିଲାରୁ ଜଣେ ଲେଖାଏଁ ରହିଛନ୍ତି । ଗଞ୍ଜାମ ଜିଲାରୁ ୩ ଜଣଙ୍କ ମୃତ୍ୟୁ ସହ ଜିଲ୍ଲାର ମୋଟ ମୃତ୍ୟୁ ସଂଖ୍ୟା ୧୨୦ରେ ପହଞ୍ଚିଛି ।

Comments are closed.