କରୋନା କବଳରେ ଖୋର୍ଦ୍ଧା ଏସପି
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପିରିକି ବର୍ତ୍ତମାନ ସମୟରେ କରୋନା ଯୋଦ୍ଧା ମାନେ ବେଶି କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଜି ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କର ସ୍ୱାବ ରିପୋର୍ଟ ପଜିଟିଭ ଆସିଥିବା ନେଇ ଖୋଦ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି।
ଜିଲ୍ଲା ପୁଲିସ ମୁଖ୍ୟାଳୟର ଜଣେ ଷ୍ଟାଫ କରୋନାରେ ସଂକ୍ରମିତ ହୋଇଥିଲେ। ସମ୍ପୃକ୍ତ ଷ୍ଟାଫ ସଂକ୍ରମିତ ହେବାରୁ ଅନ୍ୟମାନଙ୍କ ସ୍ୱାବ ନିଆଯାଇଥିଲା। ସ୍ୱାବ ଟେଷ୍ଟରେ ଏସପି ଶ୍ରୀ ସ୍ୱାଇଁଙ୍କ ରିପୋର୍ଟ ପଜିଟିଭ ଆସିଛି। ତେବେ ତାଙ୍କର କିଛି ଲକ୍ଷଣ ନଥିଲା ବୋଲି ଏସପି ସୂଚନା ଦେଇଛନ୍ତି।
ରାଜ୍ୟରୁ ଆଜି ଆଉ ୧୬୯୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୭୩ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୬୨୬ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ଗୁରୁବାର ଚିହ୍ନଟ ୧୬୯୯ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାର ୭୧୭ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Comments are closed.