Odisha Link
Bridging the Missing Links in Odisha

୨୧ରୁ ଯୁକ୍ତ ଦୁଇ ଆଡମିଶନ ପାଇଁ ଆବେଦନ

ଭୁବନେଶ୍ୱର: ଯୁକ୍ତ ଦୁଇ ଆଡମିଶନ ପାଇଁ ଆସନ୍ତା ୨୧ ତାରିଖରୁ ଆବେଦନ କରିହେବ। ଚଳିତ ବର୍ଷ ଯୁକ୍ତ ଦୁଇ ଆଡମିଶନ ନେଇ ବିଭାଗୀୟ ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି । ଶ୍ରୀ ଦାଶଙ୍କ ସୂଚନା ଅନୁଯାୟୀ ସାମସ ସେଣ୍ଟର ଜରିଆରେ ଅନଲାଇନରେ ଆବେଦନ କରିହେବ । ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ତାରିଖ ମଧ୍ୟରେ ଆବେଦନ କରିହେବ।

ସେପଟେ କରୋନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆବେଦନ ଫି’ କମାଇଥିବା ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି । ତଦନୁଯାୟୀ ସାଧାରଣ ବର୍ଗ ଓ ଏସସି/ଏସଟି ପିଲାଙ୍କ ପାଇଁ ଶହେ ଟଙ୍କା ଫି’ ହ୍ରାସ କରାଯାଇଛି । ଏବର୍ଷ ସାଧାରଣ ବର୍ଗ ପିଲାଙ୍କ ପାଇଁ ଆବେଦନ ଫି’ ୨ଶହ ଟଙ୍କା ରଖାଯାଇଛି । ଏସସି/ଏସଟି ପିଲାଙ୍କ ପାଇଁ ଆବେଦନ ଫି’ ୧୦୦ ଟଙ୍କା ରଖାଯାଇଛି । ସେପ୍ଟେମ୍ବର ୯ରେ ମେରିଟ ଲିଷ୍ଟ ପ୍ରକାଶ ପାଇବ ।

Comments are closed.