Odisha Link
Bridging the Missing Links in Odisha

ବାହାରିଲା ଯୁକ୍ତ ୨ ବିଜ୍ଞାନ ଫଳାଫଳ: ଆଗରେ ନୟାଗଡ଼

ଭୁବନେଶ୍ବର : ପ୍ରକାଶ ପାଇଲା ବହୁ ପ୍ରତିକ୍ଷୀତ ଯୁକ୍ତ ୨ବିଜ୍ଞାନ ଫଳାଫଳ। ଚଳିତ ବର୍ଷ ରାଜ୍ୟରେ ମୋଟ ପାସ ହାର ରହିଛି ୭୦.୭୧%। ରାଜ୍ୟରେ ମୋଟ ୯୭,୩୭୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୮,୩୭୪ ଜଣ ପାସ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ।

ପାସ କରିଥିବା ଛାତ୍ରଙ୍କ ସଂଖ୍ୟା ୩୮,୩୦୧(୩୯%) ଥିବାବେଳେ ଛାତ୍ରୀଙ୍କ ସଂଖ୍ୟା ୩୦,୦୭୩(୩୧%) ଥିବା ଜଣାଯାଇଛି । ଚଳିତ ବର୍ଷ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ୨୫,୩୩୯(୨୬%)ଜଣ ପାସ କରିଛନ୍ତି । ସେହିପରି ୨ୟ ଶ୍ରେଣୀରେ ୨୪, ୧୨୧(୨୪.୮%), ୩ୟ ଶ୍ରେଣୀରେ ୧୮,୨୬୮(୧୯%) ପାସ କରିଛନ୍ତି । ୯୦%ରୁ ଅଧିକ ନମ୍ବର ରଖି ୧୩୭ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି। ଚଳିତବର୍ଷ ପାସ ହାରରେ ନୟାଗଡ଼ ଜିଲ୍ଲା ଆଗରେ। ନୟାଗଡ଼ ଜିଲ୍ଲାରେ ପାସ୍‌ ହାର ୮୬.୫୧% । ଅପରପକ୍ଷେ ପାସ୍‌ ହାରରେ ଝାରସୁଗୁଡ଼ା ଜିଲ୍ଲାରେ ସର୍ବନିମ୍ନ ୪୦.୭୧ ପ୍ରତିଶତ।

Comments are closed.