Odisha Link
Bridging the Missing Links in Odisha

ରାଜ୍ୟ କ୍ୟାବିନେଟରେ ୨୦ଟି ପ୍ରସ୍ତାବକୁ ମୋହର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ। ଆଜି ଅପରାହ୍ନରେ ବସିଥିବା କ୍ୟାବିନେଟ ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆଜି ଅନୁଷ୍ଠିତ ବୈଠକରେ ମୋଟ ୨୦ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ସୂଚନା ଦେଇଛନ୍ତି।

ଶ୍ରୀ ତ୍ରିପାଠୀ ସୂଚନା ଦେଇ କହିଛନ୍ତିଯେ, ଫ୍ୟାକ୍ଟ୍ରି ଆକ୍ଟ- ୧୯୫୮ରେ କିଛି ସଂଶୋଧନ କରାଯାଇଛି । ଏହି ଆକ୍ଟରେ ୱର୍କିଂ ଆୱାରକୁ ୧୧୫ ଘଣ୍ଟା କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିସହିତ ମାହାଙ୍ଗାରେ ବୃହତ ପାନୀୟଜଳ ପ୍ରକଳ୍ପକୁ କ୍ୟାବିନେଟର ମଞ୍ଜୁରି ମିଳିଛି । ପ୍ରକଳ୍ପ ପାଇଁ ୨୦୭ କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳ ହୋଇଛି । ପ୍ରକଳ୍ପ ଯୋଗୁଁ ୨୧୧ଟି ଗ୍ରାମର ଲୋକେ ଉପକୃତ ହେବେ । ଏହାସହ ୩ବର୍ଷ ଭିତରେ ପ୍ରତିଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବା ନେଇ ଲକ୍ଷ୍ୟ ରଖାଯାଇଛି । ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି ।

ଏଥିସହିତ ୨୦୦୭ ଓ ୨୦୧୫ ଶିଳ୍ପନୀତିରେ ହେଲା ପରିବର୍ତ୍ତନ। ସ୍ୱାସ୍ଥ୍ୟସେବାରେ ନିର୍ମଳ ସ୍କିମର ଅବଧି ବଢିଲା। ଏହାକୁ ନିର୍ମଳ ପ୍ଲସ ଓ ନିର୍ମଳ ପ୍ଲସ ପ୍ଲସ କରାଗଲା । ଏହି ସ୍କିମ ୫ ବର୍ଷ କାମ କରିବ । ଏଥିସହିତ କୋଭିଡ୍ ମୁକାବିଲା ନେଇ ବଡ଼ ନିଷ୍ପତ୍ତି ନେଲେ ରାଜ୍ୟ ସରକାର। କୋଭିଡ୍-୧୯ କଟକଣା ନିୟମ ଭାଙ୍ଗିଲେ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯାଇପାରିବ । ଅଧ୍ୟାଦେଶ ଜାରି ପରେ ଲାଗୁ ହେବ ନିୟମ। ଏପିଡେମିକ୍ ଆକ୍ଟରେ ସଂଶୋଧନ ପ୍ରସ୍ତାବକୁ ମୋହର।

Comments are closed.