Odisha Link
Bridging the Missing Links in Odisha

ସେପ୍ଟେମ୍ବର ପୂର୍ବରୁ ହେବ ବିଧାନସଭା ଅଧିବେଶନ: ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ୱର: କରୋନା କଟକଣାକୁ ଦୃଷ୍ଟିରେ ରଖି ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପୂର୍ବରୁ ରାଜ୍ୟ ବିଧାନସଭା ଅଧିବେଶନ ହେବ। ବିଧାନସଭା ଅଧିବେଶନ ହେବା ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆଜି ସୂଚନା ଦେଇଛନ୍ତି। ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି, ବିଧାନସଭା ଅଧିବେଶନ ଅଧିବେଶନ ସମୟରେ ସମସ୍ତ କୋଭିଡ ନିୟମ ପାଳନ କରାଯିବ। ଗୃହ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସେପ୍ଟେମ୍ବେର ୩୦ ପୂର୍ବରୁ ବିଧାନସଭା ଅଧିବେଶନ ବସିବ। କରୋନା ସମୟରେ ସମସ୍ତ କୋଭିଡ ନିୟମ ପାଳନ କରି ନିକଟରେ କର୍ଣ୍ଣାଟକ ଏବଂ ରାଜସ୍ଥାନ ବିଧାନସଭାର ଅଧିବେଶନ ବସିଛି। ଓଡିଶା ବିଧାନସଭା ଅଧିବେଶନ ପରିଚାଳନା ନେଇ ମୁଁ ମୋର କର୍ଣ୍ଣାଟକ ଏବଂ ରାଜସ୍ଥାନ ସମକକ୍ଷଙ୍କ ସହ କଥା ହୋଇଛି। ଏଥି ସହିତ ଲୋକସଭା ବାଚସ୍ପତି ଏବଂ ରାଜ୍ୟସଭା ସଚିବଙ୍କ ପରାମର୍ଶ ମଧ୍ୟ ନେଇଛି। ସମସ୍ତେ ସାମାଜିକ ଦୂରତ୍ୱ ରକ୍ଷା କରି ଗୃହ ପରିଚାଳନା କରିବାକୁ ପରାମର୍ଶ ଦେଇଛନ୍ତି।

ଓଡ଼ିଶା ବିଧାନସଭାର ଶେଷ ଅଧିବେଶନ ଗତ ମାର୍ଚ୍ଚ ମାସ ୩୦ରେ ହୋଇଥିଲା। ନିୟମ ଅନୁସାରେ ପରବର୍ତ୍ତୀ ଅଧିବେଶନ ୬ ମାସ ମଧ୍ୟରେ ହେବା ଦରକାର। ଅଧିବେଶନ ପାଇଁ ଆମେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ସହିତ କଥା ହୋଇ ତାରିଖ ନିର୍ଦ୍ଧାରଣ କରିବୁ ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି। ବିଧାନସଭାର ମୌସୁମୀ ଅଧିବେଶନ କେଉଁଠି ବସିବ ତାହା ଖୁବ ଶୀଘ୍ର ନିଷ୍ପତ୍ତି ନିଆଯିବ।

Comments are closed.