Odisha Link
Bridging the Missing Links in Odisha

ବିଜୁ ଜନତା ଦଳର ଓଡ଼ିଶା ଉପରେ ଜାତୀୟ ଶିକ୍ଷାନୀତି-୨୦୨୦ ପ୍ରଭାବ ୱେବିନାର୍‌

ଭୁବନେଶ୍ୱର: କଳା, ସଂସ୍କୃତି ଓ ମାନବ ସମ୍ବଳ ଶାଖା ପକ୍ଷରୁ ବିଜୁ ଜନତା ଦଳର ଓଡ଼ିଶା ଉପରେ ‘ଜାତୀୟ ଶିକ୍ଷାନୀତି-୨୦୨୦’ର ପ୍ରଭାବ ସଂପର୍କିତ ୪ ଗୋଟି ଆଲୋଚନାଚକ୍ର ଭର୍ଚୁଆଲ ବୈଠକ ଜରିଆରେ ଅନୁଷ୍ଠିତ ହୋଇଯାଇଛି। ଗତ ୮ ତାରିଖରେ ଅନୁଷ୍ଠିତ ଦୁଇଟି ଆଲୋଚନାଚକ୍ରରେ ଶିକ୍ଷା ଉଦ୍ୟୋଗୀ ଏବଂ ଶିକ୍ଷକ ଓ ଶିକ୍ଷକ ସଂଗଠନର କର୍ମକର୍ତାମାନେ ଯୋଗଦେଇ ସେମାନଙ୍କ ମତାମତ ରଖିଥିଲେ। ଆଜି ଅନୁଷ୍ଠିତ ଆଉ ଦୁଇଟି ଆଲୋଚନାଚକ୍ରର ପ୍ରଥମ ଅଧିବେଶନରେ ରାଜ୍ୟର ବୁଦ୍ଧିଜୀବୀ ଓ ଶିକ୍ଷାବିତ୍‌ ଏବଂ ଦ୍ବିତୀୟ ଅଧିବେଶନରେ ଅଭିଭାବକମାନେ ଅଂଶଗ୍ରହଣ କରିଥିଲେ। ରାଜ୍ୟର ଭୌଗୋଳିକ, ସାମାଜିକ ଏବଂ ସାଂସ୍କୃତିକ ବିବିଧତା ପରିପ୍ରେକ୍ଷୀରେ ଜାତୀୟ ଶିକ୍ଷା ନୀତି ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ କିପରି ପ୍ରଭାବିତ କରିବ, ସେ ସଂପର୍କରେ ବିଶଦ୍‌ ଆଲୋଚନା କରାଯାଇଥିଲା। ଏହି ଆଲୋଚନାଗୁଡ଼ିକର ନିଷ୍କର୍ସ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ଜଣାଯାଇଛି।

ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନରେ ଅନୁଷ୍ଠିତ ଆଲୋଚନାଚକ୍ରରେ ବୁଦ୍ଧିଜୀବୀ ଓ ରାଜ୍ୟ ତଥା ବିଦେଶରେ ଅବସ୍ଥାପିତ ବିଶିଷ୍ଟ ଶିକ୍ଷାବିତ୍‌ମାନେ ଅଂଶଗ୍ରହଣ କରିଥିଲେ। ଆଲୋଚକମାନେ ଶିକ୍ଷାନୀତିର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିବା ସହ ସଂଘୀୟ ବ୍ୟବସ୍ଥାରେ ଏହାର ରୂପାୟନ ସଂପର୍କରେ ମତ ରଖିଥିଲେ। ଆଲୋଚନାରେ ଆରିଜୋନା ବିଶ୍ୱବିଦ୍ୟାଳୟର ପ୍ରଫେସର୍‌ ଚିତ୍ତ ବରାଳ, ଶିକ୍ଷାବିତ୍‌ ହଂକଂ ବିଶ୍ୱବିଦ୍ୟାଳୟର ଡ. ଧନଦା ମିଶ୍ର, ପୂର୍ବତନ କୁଳପତି ପ୍ରଫେସର ଓଁକାର ମହାନ୍ତି ଓ ପ୍ରଫେସର୍‌ ଜୟନ୍ତ ମହାପାତ୍ର, ଶିକ୍ଷାବିତ ସୁରେନ୍ଦ୍ର ଜେନା, ପ୍ରଫେସର୍‌ ରଞ୍ଜନ ବଳ, ପ୍ରଫେସର ଅସିତ ମହାନ୍ତି, ଜର୍ମାନ ବିଶ୍ୱବିଦ୍ୟାଳୟର ଗବେଷକ ଶେଷ କିଷାନ, ସିଂଗାପୁରର ରାଜେଶ ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Comments are closed.