Odisha Link
Bridging the Missing Links in Odisha

ହୀରାକୁଦ ଡ୍ୟାମ୍‌ର ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ

ସମ୍ବଲପୁର: ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏବେ ବିପଦ ସଂକେତ ନିକଟତର ହୋଇଛି। ଜଳଭଣ୍ଡାରର ଜଳସ୍ତର ୬୧୫.୪୧ ଫୁଟ୍ ରହିଛି। ଜଳସ୍ତର ବୃଦ୍ଧି ଯୋଗୁଁ ଡ୍ୟାମ୍ ର ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୨ଲକ୍ଷ ୨୭ ହଜାର ୧୨ କ୍ୱିସେକ ଜଳ ପ୍ରବେଶ କରୁଛି। ୧୨ଟି ଗେଟ ଦେଇ ୧ ଲକ୍ଷ ୯୩ ହଜାର ୩୫୩ କ୍ୟୁସେକ୍ ବନ୍ୟାଜଳ ନିଷ୍କାସିତ ହେଉଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳଭଣ୍ଡାର ମଧ୍ୟକୁ ବନ୍ୟାଜଳ ପ୍ରବେଶ କରୁଛି। ଜଳଭଣ୍ଡାରରେ ଜଳପ୍ରବେଶକୁ ଆଖିଆଗରେ ରଖି ଡ୍ୟାମ୍ କର୍ତ୍ତୃପକ୍ଷ ୧୨ଟି ଗେଟ୍ ଖୋଲିଛନ୍ତି । ପରିସ୍ଥିତିକୁ ଦେଖି ଆଉ ଗେଟ୍ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ଜଲଭଣ୍ଡାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ବର୍ତ୍ତମାନ ହୀରାକୁଦରେ ଏବେ ୧୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଫଳରେ ଧୀରେ ଧୀରେ କଟକ ମୁଣ୍ଡୁଳିରେ ଓ ନରାଜରେ ବନ୍ୟା ଜଳ ବୃଦ୍ଧି ପାଉଛି। ମୁଣ୍ଡୁଳି ଆଜି ସକାଳୁ ୧ ଲକ୍ଷ ୪୬ ହଜାର ୫୬୮ କ୍ୟୁସେକ ଜଳ ପ୍ରବାହିତ ହେଉଛି। ଅନ୍ୟ ପକ୍ଷରେ ନରାଜଠାରେ କାଠଯୋଡି ନଦୀରେ ୫୭ ହଜାର ୪୬୫ କ୍ୟୁସେକ ଜଳ ପ୍ରବାହିତ ହେଉଛି। ତେବେ ହୀରାକୁଦ ଜଳଭଣ୍ଡାରର ବନ୍ୟା ଜଳ ଓ ଅନ୍ୟ ଶାଖା ଅଙ୍କଗୁଡିକର ପାଣି ମୁଣ୍ଡୁଳିରେ ପହଁଞ୍ଚିବା ପରେ ଜଳସ୍ତର ବଢିବ ବୋଲି ବ୍ୟାରେଜ କର୍ତ୍ତୃପକ୍ଷ କହିଛନ୍ତି।

Comments are closed.