Odisha Link
Bridging the Missing Links in Odisha

ଅଣାୟତ୍ତ କରୋନା: ୨୯ ଜିଲ୍ଲାରୁ ୨୨୪୪ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ୨୯ ଜିଲ୍ଲାରୁ ଆଉ ୨୨୪୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୨,୨୯୪ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୩୯୦ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୮୫୪ ଜଣ ସ୍ଥାନୀୟ ବାସିନ୍ଦା ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଆଜି ଅନୁଗୁଳରୁ ୧୫ , ବାଲେଶ୍ୱର ୧୪୨, ବରଗଡ଼ ୩୫, ଭଦ୍ରକ ୧୦୪,ବଲାଙ୍ଗୀର ୩୭, ବୌଦ୍ଧ ୪୯, କଟକ ୧୯୪, ଢେଙ୍କାନାଳ ୧୮, ଗଜପତି ୬, ଗଞ୍ଜାମ ୨୪୩, ଜଗତସିଂହପୁର ୧୬, ଯାଜପୁର ୯୮, ଝାରସୁଗୁଡା ୧୨, କଳାହାଣ୍ଡି ୬୭, କନ୍ଧମାଳ ୧୨୧, କେନ୍ଦ୍ରାପଡା ୨୭, କେନ୍ଦୁଝର ୧୩, କୋରାପୁଟ ୯୪, ମାଲକାନଗିରି ୯୮ , ମୟୁରଭଞ୍ଜ ୯୧, ନବରଙ୍ଗପୁର ୨୧, ନୟାଗଡ଼ ୧୩, ନୂଆପଡା ୯, ପୁରୀ ୬୮, ରାୟଗଡା ୧୬୦, ସମ୍ବଲପୁର ୩୫ , ସୋନପୁର ୧୧ , ସୁନ୍ଦରଗଡ ରୁ ୧୩୬ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୨,୨୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୯୬୧୨ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୪୨ ହଜାର ୨୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Comments are closed.