Odisha Link
Bridging the Missing Links in Odisha

କଟକ ସହରରୁ ଆଉ ୭୯ କରୋନା ପଜିଟିଭ୍ ଚିହ୍ନଟ

କଟକ : ଆଜି କଟକ ସହରରୁ ଆଉ ୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ ୫୬ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୨୩ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ। କ୍ୱାରେଣ୍ଟାଇନରେ ଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୧ଜଣ କମ୍ଟେନମେଣ୍ଟ ଜୋନ୍, ୧୨ ଜଣ ସରକାରୀ କ୍ୱାରେଣ୍ଟାଇନ ଓ ୧୩ ଜଣ ହୋମ୍ କ୍ୱାରେଣ୍ଟାଇନରେ ଥିଲେ । ଏହାସହ ସହରରୁ ୨୩ଜଣ ସ୍ଥାନୀୟ ସଂକ୍ରମିତ ମଧ୍ୟ ଚିହ୍ନଟ ହୋଇଛନ୍ତି ।

ପ୍ରକାଶ ଯେ, କଟକ ସହରରେ ଏବେସୁଦ୍ଧା ୨୫୧୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫୮୨ଜଣ ଆରୋଗ୍ୟ ଲାଭ କରିଛନ୍ତି । ୧୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯୨୧ଟି ସକ୍ରିୟ କେସ୍ ରହିଛି ।

Comments are closed.